ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଣି ମୁହାଁମୁହିଁ ହେଲେ ସେନା ଓ ଆତଙ୍କୀ । ଗୋଟିଏ ଦିନରେ 2ଟି ଏ

କାଉଣ୍ଟଟର । କିସ୍ତଓ୍ବାରରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶହୀଦ ଦୁଇ ଯବାନ ହେଉଛନ୍ତି ନାଏବ ସୁବେଦାର (ଜୁନିଅର କମିଶନଡ ଅଫିସର) ବିପିନ କୁମାର ଓ ସିପାହୀ ଅରବିନ୍ଦ ସିଂ । ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଅପରେସନ ଜାରି ରହିଛି । ଏନେଇ ସେନାର ‘ହ୍ବାଇଟ ନାଇଟ କ୍ରପ୍ସ’ ପକ୍ଷରୁ ସୂଚନା ଦିଆଯାଇଛି ।

ବିଳମ୍ବିତ ରାତିରେ କିସ୍ତଓ୍ବାରର ନାଇଡଗାମ ଗାଁରେ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟର କିଛି ସମୟ ଚାଲିବା ପରେ ଭାରତୀୟ ସେନାର ଦୁଇ ଯବାନ ଶହୀଦ ହୋଇଥିଲେ । ଦୁଇ ଯବାନ ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ଉଭୟଙ୍କୁ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ହସ୍ତଗତ ହୋଇନାହିଁ । ନାଇଡଗାମ ଗାଁ ଭୟର ବାତାବରଣ ଖେଳିଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ସେହିପରି ଜମ୍ମୁ-କାଶ୍ମୀର ବାରମୂଲାର ଚକ୍ ଟାପର୍ କ୍ରେରି ପଟ୍ଟାନ୍ ଅଞ୍ଚଳରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।କେହି ଆତଙ୍କୀ ନିପାତ ହୋଇଥିବା ଖବର ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । କାଶ୍ମୀର ଜୋନ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଏକ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଆତଙ୍କ ନିରୋଧି ଅଭିଯାନ ଜାରି ରହିଥିଲେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଜାରି ରହିଛି ।

0 Comments