କେନ୍ଦୁଝର- ଶ୍ରମ ଓ ଶ୍ରମିକ ସମାଜର ସ୍ୱାଭିମାନ ର ରକ୍ଷା ନିମନ୍ତେ ଶ୍ରଦ୍ଧେୟ ଦତ୍ତୋପନ୍ତ ଠେଙ୍ଗଡି ଙ୍କ ଦ୍ଵାରା 1955 ମସିହା ଜୁଲାଇ 23 ତାରିଖରେ ମଧ୍ୟପ୍ରଦେଶର ଭୋପାଳ ଠାରେ ଭାରତୀୟ ମଜଦୂର ସଂଘ ର ସ୍ଥାପନା କରା ଯାଇଥିଲା।ସେହି ଦିନଠାରୁ ଆଦି ତଥା ସୃଷ୍ଟିର ମହାନ ଶିଳ୍ପୀ,ପ୍ରଥମ ଇଂଜିନିୟର ଭାବେ ପରିଗଣିତ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ପ୍ରତି ବର୍ଷ ସେପ୍ଟେମ୍ବର 17 ତାରିଖକୁ ସଂଗଠନ ପକ୍ଷରୁ ବିଶ୍ୱକର୍ମା ଜୟନ୍ତୀ ଭାବରେ ପାଳନ କର ଯାଉଅଛି।ଭାରତୀୟ ମଜଦୂର ସଂଘ ଭାରତବର୍ଷର ରୀତି,ନୀତି,ସଂସ୍କୃତି,ପରମ୍ପରା ,ଧର୍ମରେ ବିଶ୍ୱାସ କରେ। ତେଣୁ ଏହି ପୁଣ୍ୟ ଦିବସ ଟିର ଯଥାର୍ଥତାକୁ ଧେୟ କରି ଏହି ଦିନଟିକୁ ଭାରତୀୟ ମଜଦୂର ସଂଘ ରାଷ୍ଟ୍ରୀୟ ଶ୍ରମ ଦିବସ ଭାବେ ପାଳନ କରି ଆସୁଅଛି।

ଆଜି ସାରା ଭାରତ ବର୍ଷର କୋଣ,ଅନୁକୋଣରେ,ସମସ୍ତ ୟୁନିୟନ ତଥା ଜିଲ୍ଲା ସ୍ତରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଅଛି।ଭାରତୀୟ ମଜଦୂର ସଂଘ,  କେନ୍ଦୁଝର ଜିଲ୍ଲା ତରଫରୁ ମଧ୍ୟ ରୋଟାରି କ୍ଲବପରିସରରେ  ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ କରା ଯାଇଥିଲା।କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ରୂପେ ଭାରତୀୟ ମଜଦୂର  ସଂଘ ରାଜ୍ଯ ସାଧାରଣ ସମ୍ପାଦକ  ଶ୍ରୀଯୁକ୍ତ ପୃଥୀରାଜ ପଣ୍ଡା ଯୋଗ ଦେଇଥିଲେ। ଅବସର ପ୍ରାପ୍ତ ବାଣିଜ୍ୟକର ଅଧିକାରୀ  ଶ୍ରୀଯୁକ୍ତ ରୁଦ୍ର ସେନ ଜିତ ମୁଖ୍ଯ ଅତିଥି, ଅଶୋକ କୁମାର ସାହୁ ,ସାମାଜିକ ସଂଗଠନ ଆସ୍ପାୟାର  ସଂଯୋଜକ ,ରାଜ୍ଯ ଆଶା କର୍ମୀ ସଂଘ ସଂପାଦକ  ଶୀ

ମତୀ  ଧରିତ୍ରୀ ବାରିକ,  ରାଜ୍ଯ ଉପ  ସଭାପତି ଶ୍ରୀଯୁକ୍ତ ଡାକ୍ତର ମହାନ୍ତ ସମ୍ମାନିତ ଅତିଥି ,ସଂପାଦକ ମୀନାକ୍ଷୀ ପଲେଇ  ଓ ସଭାପତି ବାବୁଲାଲ ମହାନ୍ତ ଉପସ୍ଥିତ କାର୍ଯ୍ୟକର୍ତା ମାନଙ୍କୁ ଭାରତୀୟ ମଜଦୂର ସଂଘ ଦ୍ୱାରା 17 ସେପ୍ଟେମ୍ବର ଦିନ ବିଶ୍ୱକର୍ମା ଜୟନ୍ତୀ ପାଳନ ର ଉଦ୍ଦେଶ୍ୟ ଏବଂ ଏହି ଦିନଟିକୁ ରାଷ୍ଟ୍ରୀୟ ଶ୍ରମ ଦିବସ ରୂପେ ପାଳନ କରିବାର ତାତ୍ପର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।  ଭାରତୀୟ ମଜଦୂର ସଂଘ,କେନ୍ଦୁଝର ଜିଲ୍ଲାର ସଂଗଠନ  ସଂପାଦକ ମନୋଜ କୁମାର ପଟେଲ ଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ସେ କାର୍ଯ୍ୟକର୍ତା ମାନଙ୍କୁ ସଂଗଠନର ପ୍ରତିଷ୍ଠା ଏବଂ ଭାରତୀୟ ମଜଦୂର ସଂଘର  ରୀତି,ନୀତି,ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ।ଶେଷ ରେ ଭାରତୀୟ ମଜଦୂର ସଂଘ କେନ୍ଦୁଝର ଦ୍ବାରା ଶିକ୍ଷା ପାଇଁ  ସାଲେଗା କିସ୍କୁ,ମହିଳା ଓ ଶିଶୁ ବିକାଶ ପାଇଁ   - ସୁଷମା ପାତ୍ର,ସ୍ବାସ୍ଥ୍ୟ ସେବା - କୁମୁଦିନୀ ନାଏକ ସମ୍ବର୍ଦ୍ଧିତ  କରାଯାଇଥିଲା ।

ଏହି ଅବସରରେ ସଂଗଠନ କାର୍ଯ୍ୟ ସହିତ ପାଲା ଗାଇକା ଭାବେ କର୍ଯ୍ୟକରନ୍ତି ଶ୍ରୀମତୀ ବୀଣା ପାଣି ବେହେରା ଙ୍କୁ ସମ୍ମାନିତ କରାଯାଇଛି ଏବଂ  ଅଙ୍ଗନୱାଡ଼ି ଦିଦି କାମ ସାରିଲା ପରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା କୁ ନେଇ ରାଜ୍ୟ ସ୍ତରୀୟ ପୁରସ୍କୃତ ହୋଇ ଥିବା କାରଣେ ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲା ତରଫରୁ ସମ୍ବର୍ଦ୍ଧନା କରା ଯାଇ ଥିଲା ।

0 Comments