ବୁଧବାର ଠାକୁରପଡା କଲ୍ୟାଣୀ ମଣ୍ଡପ ଠାରେ ବ୍ଲକ ଶିଶୁ ଅଧିକାର ସୁରକ୍ଷା ସମିତି ଦ୍ୱାରା ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଅଛି। ପ୍ରକାଶ ଥାଉକି   ଏହି କର୍ମଶାଳା ଟି ବ୍ଲକ ଶିଶୁଅଧିକାର ସୁରକ୍ଷା ସମିତି ଦ୍ଵାରା ଆୟୋଜିତ ହୋଇଥିବା ବେଳେ ସହଯୋଗ କରିଛି ରାଜ୍ୟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର। ଉକ୍ତ କର୍ମଶାଳାରେ ବ୍ଲକର ସମସ୍ତ ୨୫ ଗୋଟି ଗ୍ରାମପଞ୍ଚାୟତ ର ଶିଶୁ ଅଧିକାର ସୁରକ୍ଷା ମଞ୍ଚରେ କାର୍ଯ୍ୟରତ ଆଗଧାଡିର ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଉକ୍ତ କର୍ମଶାଳାରେ  ବିଦ୍ୟାଳୟ ପରିଚାଳନା କମିଟି ଫେଡେରେସନ ସଭାପତି ଦୁଷ୍ମନ୍ତ ବେହେରା, ପଞ୍ଚାୟତ ରାଜ ପ୍ରତିନିଧି ମହାସଂଘ ସଭାପତି ପଦ୍ମଲୋଚନ ମହାନ୍ତ, ଶିଶୁ ଅଧିକାର ସୁରକ୍ଷା ସମିତି ଫେଡେରେସନ ସଭାପତି ମାଧବ କୁମାର ମହାରଣା,   ବିଶିଷ୍ଟ ଶିକ୍ଷାବିତ ଅକ୍ଷୟ କୁମାର ପଲେଇ, ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ପାଇକରାୟ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ମନୋଜ କୁମାର ପଟେଲ, ଆସ୍ପାୟାର ର ହରିଚନ୍ଦନପୁର ବ୍ଲକ ସଂଯୋଜକ ଅଶୋକ କୁମାର ସାହୁ, ଘସିପୁରା ବ୍ଲକ ସଂଯୋଜକ ସୁଦର୍ଶନ ପ୍ରଧାନ, ଘଟଗାଁ ବ୍ଲକ ସଂଯୋଜକ ଗଦାଧର ମହାନ୍ତ କର୍ମଶାଳା ରେ ଅତିଥି  ଭାବରେ ଯୋଗଦେଇ ସୁପରିଚାଳନା କରିଥିଲେ।  ଏଥିରେ ବ୍ଲକ ସ୍ତରୀୟ  ବିଦ୍ୟାଳୟ ପରିଚାଳନା କମିଟି ଫେ

ଡେରେସନ, ପଞ୍ଚାୟତ ରାଜ ଫେଡେରେସନ ଓ ଶିଶୁ ଅଧିକାର ସୁରକ୍ଷା ସମିତି ଫେଡେରେସନ ର ସଭ୍ୟ ସଭ୍ୟା ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।

 ଅନୁଷ୍ଠାନର ବ୍ଲକ ସଂଯୋଜକ ଅଶୋକ କୁମାର ସାହୁ ପି ପି ଟି ମାଧ୍ୟମରେ ଶିଶୁ ଅଧିକାର ଓ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ ଘୋଷଣା ହେବାଦ୍ବାରା ସମାଜରେ ଶିଶୁମାନଙ୍କ ପ୍ରତି ଦାୟିତ୍ୱବୋଧ କୁ ଆଲୋକପାତ କରିବା ସହିତ ବ୍ଲକରେ କରୁଥିବା ସମସ୍ତ ଆସ୍ପାୟାର ର କାର୍ଯ୍ୟକୁ ଆଲୋକ ପାତ କରିଥିଲେ ।

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କାରିବାକୁ ନିଷ୍ପତି ନିଆଗଲା ଯଥା -ହରିଚନ୍ଦନପୁର ବ୍ଲକ କୁ ସଦା ସର୍ବଦା ଶିଶୁ ଶ୍ରମିକ ମୁକ୍ତ ଭାବେ ବଜାୟ ରଖିବା ।କେନ୍ଦୁଝର ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିବା ପାଇଁ ସହଯୋଗ ଏବଂ ସହାଭାଗିତା କରିବା ।୬-୧୪ବର୍ଷ ର ସମସ୍ତ ଶିଶୁ ଙ୍କୁ ଶିକ୍ଷା ମିଳିବା ସୁନିଶ୍ଚିତ କରାଯିବା ସହିତ ଆଗାମୀ ଦିନରେ କୌଣସି ଶିଶୁକୁ ଶ୍ରମିକ ଭାବରେ ନିୟୋଜିତ କରାଯିବନାହିଁ ।

ସମସ୍ତ ଶିଶୁ ଅଧିକାର କୁ ସୁରକ୍ଷା କୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଣ୍ଣୟ କରାଗଲା।

ସର୍ବ ଶେଷରେ ସମସ୍ତଙ୍କୁ ଶିଶୁ ମାନଙ୍କର ଅଧିକାର କୁ ସୁନିଶ୍ଚିତ କରିବା ପାଇଁ ଶପଥ ପାଠ କରିଥିଲେ l ଏଥିରେ ହରିଚନ୍ଦନପୁର ବ୍ଲକ ର ସମସ୍ତ ଆସ୍ପାୟାର ସାଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

0 Comments