କେନ୍ଦୁଝର: ଦେଶରେ ହୁ ହୁ ହୋଇ ଶିକ୍ଷିତ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲାଣି ଯାହାକି ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଦିଗରେ କୈlଣସି ପଦକ୍ଷେପ ନେଉନାହାଁନ୍ତି କେବଳ ସରକାରୀ ଅର୍ଥରେ ନିଜର ଓ ବିଜେପି ଦଳର ପ୍ରଚାର ସର୍ବସ୍ୱ ହୋଇଛି l ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଧୂମଧାମ ପାଳନ କରାଯାଉଥିବା ବେଳେ ସାରା ଦେଶର ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ଜାତୀୟ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି l ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଭି ଶ୍ରୀନିବାସଙ୍କ ଆହ୍ୱାନକ୍ରମେ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ରଙ୍କ ନିର୍ଦେଶମତେ କେନ୍ଦୁଝର ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀରଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ କର୍ମୀମାନ

କଳା ପତାକା ଦେଖାଇ ଏବଂ ଚା ତିଆରି କରି ବିକ୍ରି କରିଥିଲେ l ମୋଦି ବିରୋଧୀ ସ୍ଲୋଗାନ ଦେଇ ଶିକ୍ଷିତ ଯୁବକ ଓ ଯୁବତୀ ଚାକିରୀ କିମ୍ବା ରୋଜଗାର ନ ପାଇ ଶେଷରେ ଚା ବିକ୍ରି କରି ଆତ୍ମ ନିର୍ଭରଶୀଳ ହେବୁ ବୋଲି ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ l ଏଥିରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ କଂଗ୍ରେସ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ପୂର୍ବତନ ତେଲକୋଇ କଂଗ୍ରେସ ବିଧାୟକ ନିର୍ମଳ ଚନ୍ଦ୍ର ନାଏକ, ପୂର୍ବତନ ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଛାତ୍ର କଂଗ୍ରେସ ନେତା ଆଶିଷ କୁମାର ପାତ୍ର, ଯୁବ କଂଗ୍ରେସ ନେତା ମାନସ ବେହେରା, ସୌମ୍ୟରଞ୍ଜନ ପଲେଇ, ଆକାଶ ବେହେରା, ଅଭିଜିତ ବେହେରା, ସଂଗ୍ରାମ ବେହେରା, ସଞ୍ଜୟ ପରିହାଳ ପ୍ରମୁଖ ସହଯୋଗ କରିଥିଲେ l

0 Comments