ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯାଞ୍ଚ ପ୍ରକ୍ରିୟା ଶେଷ । ରତ୍ନଭଣ୍ଡାରରୁ ବାହାରିଲେ ଏଏସଆଇ ଓ ବୈଷୟିକ ଟିମ୍‌ । ଯାଞ୍ଚ କରି ବାହାରିଲେ ୨୬ ଜଣିଆ ଟିମ୍‌ । ଏଏସଆଇ ଏଡିଜିଙ୍କ ନେତୃତ୍ବରେ ଶେଷ ହେଲା ଯାଞ୍ଚ । ଏଏସଆଇ ପକ୍ଷରୁ କରାଗଲା ଲେଜର ସ୍କାନିଂ । ରତ୍ନଭଣ୍ଡାରରେ ଆଉ କିଛି ଅଛି କି ନାହିଁ ଏହାର ତଦାରଖ କଲେ ଟିମ୍‌ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଷ୍ଟିସ ବିଶ୍ବନାଥ ରଥ ।

ଏଏସଆଇ ଓଡିଶାର ଅଧିକ୍ଷକ

-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ଡି.ବି. ଗଡ଼ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏଏସଆଇ ଟିମ୍ ପକ୍ଷରୁ ପ୍ରାରମ୍ଭିକ ଯାଞ୍ଚ କାର୍ଯ୍ୟ ହେବ । ଆଜି ରତ୍ନଭଣ୍ଡାରର ଲେଜର୍ ସ୍କାନିଂ କରାଯିବ । ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କାର୍ଯ୍ୟ ଅନୁଷ୍ଠିତ ହେବ । ପ୍ରାରମ୍ଭିକ ଯାଞ୍ଚ ପରେ ଜଣାପଡ଼ିବ ଲେଜର ସ୍କାନିଂ କିଭଳି କରାଯିବ, କେଉଁ ପ୍ରକାର ମେସିନରେ ଏହି କାର୍ଯ୍ୟ ହୋଇ ପାରିବ । ଏଏସଆଇ ଏଡିଜି କନ୍‌ଜରଭେସନ, ଡାଇରେକ୍ଟର କନ୍‌ଜରଭେସନ, ରିଜିଓନାଲ ଡାଇରେକ୍ଟର ବରିଷ୍ଠ ବୈଜ୍ଞାନିକ ଅଛନ୍ତି । ପ୍ରାରମ୍ଭିକ ଯାଞ୍ଚ ପରେ ଯାହା କିଛି ତଥ୍ୟ ମିଳିବ ସେ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ ଆଗେଇବ ।"

SOP ଅନୁସାରେ, ଆଜି ଭୋର 2ଟା 50 ମିନିଟରେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ନିଜେ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ । ଆଜିର ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶୀ ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ଆଜିର ନିରୀକ୍ଷଣରେ ASI ଏବଂ ଶ୍ରୀମନ୍ଦିର ପ୍ରଶାସନର 26 ଜଣିଆ ମିଳିତ ଟିମ୍ ସାମିଲ ହେବେ । ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ ମିଡିଆରେ ପ୍ରସାରିତ ହେବ ନାହିଁ । ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ୟବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି ।

ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହାଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏଏସଆଇକୁ ଅନୁରୋଧ କରାଯାଇଥିଲା । ପୂର୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏଏସଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି ।

0 Comments