ଭୁବନେଶ୍ବର: ଜନ୍ମଦିନରେ ମୋଦିଙ୍କୁ ଖିରି ଖୁଆଇଛନ୍ତି ହିତାଧିକାରୀ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି,

nvert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> "ଆଜି ଯେତେବେଳେ ମୁଁ କ୍ଷୀରି ଖାଉଥିଲି ମୋ ମା' କଥା ମନେ ପଡିଗଲା । କାରଣ ପ୍ରତିବର୍ଷ ମୁଁ ଜନ୍ମଦିନରେ ମା'କୁ ଦେଖା ହେବାକୁ ଯାଏ । ଆଉ ସେ ମୋତେ ଗୁଡ଼ ଖୁଆଇଦେଇ ଜନ୍ମଦିନର ଆଶୀର୍ବାଦ ଦିଏ । ହେଲେ ଆଜି ତ ମା' ଜୀବିତ ନାହିଁ । କିନ୍ତୁ ଜଣେ ଆଦିବାସୀ ମା' ମୋତେ ଖିରି ଖୁଆଇ ଜନ୍ମଦିନର ଆଶୀର୍ବାଦ ଦେଇଛନ୍ତି । ଏହି ଅନୁଭୂତି ହେଉଛି ମୋ ଜୀବନ ଯାକର ଅର୍ଜିତ ପୁଞ୍ଜି ।"

ଏକ ଆଦିବାସୀ ପରିବାରର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମୁଁ ସେହି ଘରକୁ ଯାଇଥିଲି । ସେହି ପରିବାରକୁ ମଧ୍ୟ ପିଏମ ଆବାସ ମିଳିଛି । ସେହି ପରିବାରର ଖୁସି ଓ ସନ୍ତୋଷ ମୁଁ ଦେଖିଲି । ଯାହାକୁ କେବେ ଭୁଲି ପାରିବି ନାହିଁ । ଏନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ (x) ରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି, "ଭୁବନେଶ୍ବରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି । ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି ଏବଂ ଗର୍ବିତ ଘର ମାଲିକ ଅଟନ୍ତି । ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ବାଦିଷ୍ଟ କ୍ଷୀରି ପରିବେଷଣ କରିଥିଲେ ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ସାରି ଫେରିଛନ୍ତି । ରାଜ୍ୟବାସୀ ବର୍ଷାରେ ଭିଜିି ଭିଜି କରିଥିବା ସ୍ବାଗତ ସମ୍ବର୍ଦ୍ଧନା କଥା ମନେ ପକାଇ ସେ x ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ମୋଦିି । "ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ"ବୋଲି ମୋଦି ଉଲ୍ଲେଖ କରିଛନ୍ତି।

ଏହାସହ ନିଜ ଅଭିଭାଷଣରେ ମୋଦି କହିଥିବା ଦୁଇ ପଦ ଓଡ଼ିଆ ସମସ୍ତଙ୍କ ମନ ମୋହିଛି । ସେ କହିଛନ୍ତି, "ଓଡ଼ିଶାବାସୀଙ୍କ ସମ୍ବର୍ଦ୍ଧନା ପାଇଁ ମୁଁ ଚିର ଋଣୀ । ମୋଦିର ଆଶା, ଭାରତ ଦେଖିବା ସୁନାର ଓଡ଼ିଶା ।"

0 Comments