ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା କେନ୍ଦୁଝର ଶାଖା ପକ୍ଷରୁ ଆୟୋଜିତ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ସଭାରେ ଅତିଥି ମାନେ ମହାପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦାସଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାକାର୍ଯ୍ୟ ପ୍ରାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଡ ଅରୁନ୍ଧତୀ ଓଝା ଯୋଗ ଦେଇ ବର୍ତ୍ତମାନର ସମୟରେ ଭାଗବର ସାମାଜିକ ମୂଲ୍ୟବୋଧ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ, ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧାକର ଦାଶ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଭାଗବତର ମହତ୍ତ୍ଵ ସଂପର୍କରେ ବକ୍ତବ୍ୟ ଦେଇଥିଲେ, ଭାଗବତ ପ୍ରଚାର ସମିତି କେନ୍ଦୁଝରର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ଦାସ ଭାଗବତର ଭକ୍ତି ତତ୍ତ୍ଵ ସଂପର୍କରେ ଉପସ୍ଥାପନ କରିଥିଲେ, ସମ୍ମାନିତ ବକ୍ତା ଭାବରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ତ୍ରିପାଠୀ ଯୋଗ ଦେଇ ପରିଷଦର ଆଭିମୁଖ୍ୟ ବ୍ୟାଖ୍ୟା କରିଥିଲେ ।  ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା,

କେନ୍ଦୁଝର ଶାଖା  ଭାଗବତ ପ୍ରଚାର ସମିତି କେନ୍ଦୁଝରକୁ ସଂସ୍କୃତି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବାରୁ ଏବଂ ବିଶିଷ୍ଟ କବି ଶ୍ରୀଯୁକ୍ତ ସୁଧାକର ଦାଶଙ୍କୁ ଆଜୀବନ ସାହିତ୍ୟ ସାଧନା ହେତୁ ମାନପତ୍ର ପ୍ରଦାନ ସହିତ  ସମ୍ମାନିତ କରିଥିଲା । ଏତଦବ୍ୟତୀତ ଲେଖିକା ସଂସଦର ସଂପାଦିକା ଇନ୍ଦୁମତୀ ପାତ୍ର, ପରିଷଦର ଆଜୀବନ ସଦସ୍ୟ ହରିହର ମହାନ୍ତ, ଚିନ୍ତାମଣି ମହାଳିକ, ବସନ୍ତ କୁମାର ବେହେରାଙ୍କୁ ମଧ୍ୟ ଏହି ସଭାରେ ସମ୍ବର୍ଦ୍ଧିତ କରିଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେନ୍ଦୁଝର ଶାଖାର ସଂଯୋଜିକା ଶୁଭସ୍ମିତା ଦାଶ ସଭାପତିତ୍ବ କରିଥିବା ବେଳେ ଅବିନାଶ ଦାସ ସଭା ପରିଚାଳନା କରିଥିଲେ । କବିତା ପାଠୋତ୍ସବରେ କବି ସୁଧା ଦାଶ, ଇନ୍ଦୁମତୀ ପାତ୍ର, ହରିହର ମହାନ୍ତ, ଚିନ୍ତାମଣି ମହାଳିକ, ବସନ୍ତ କୁମାର ବେହେରା, ଶତରୂପା ପଣ୍ଡିତ, ରାକେଶ ରତନ ପ୍ରଧାନ, ବର୍ଷାରାଣୀ ବାରିକ, ଅପର୍ଣ୍ଣା ବେହେରା, ପ୍ରଜ୍ଞା ପରିମିତା ସାହୁ, ସିଦ୍ଧେଶ୍ୱରୀ ଦାସ ଓ ଅନ୍ୟାନ୍ୟ କବିମାନେ ସ୍ବରଚିତ କବିତା ପାଠ କରିଥିଲେ । ପରିଶେଷରେ ବର୍ଷାରାଣୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

0 Comments