କେନ୍ଦୁଝର: ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ  କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁ ମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରି ଗୋଟି କମିଟି ଯଥା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାର ପ୍ରତ୍ୟେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟବିବାହକୁ ରୋକିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବିଭାଗ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ କେନ୍ଦୁଝର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ ଏବଂ ଅଧାରୁ ପାଠ ନ ଛାଡିବା ଦିଗରେ ଏହି ବୈଠକ ସହାୟକ ହେଇପାରିବ ବୋଲି ମତବ୍ୟକ୍ତ କରିଥିଲେ । 

ବିଭୂତି ଭୂଷଣ ଦାଶ ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି ବିପଦ ସଂକୁଳ ଅବସ୍ଥାରେ ଥିବା ପରିବାର ଏବଂ ଶିଶୁ ମାନଙ୍କୁ ଚିହ୍ନଟିକରଣ କରି ସରକାରୀ ଯୋଜନାରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।&nbs

p;

ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜିଲ୍ଲାରେ କୌଣସି ପିଲା ଯେପରି ଅଧାରୁ ପାଠ ପଢା ନ ଛାଡ଼ନ୍ତି ସେଥିପାଇଁ ଏକ ସ୍ୱତନ୍ତ୍ର କମିଟି ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା କହିଥିଲେ । 

ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ଵର ନାୟକ ଜିଲ୍ଲାରେ ନିଯୁକ୍ତି ପାଇଁ ଚାଲିଥିବା ସରକାରୀ ଯୋଜନା ଗୁଡିକ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଶ୍ରୀମତୀ ବାସନ୍ତୀ ମହାନ୍ତି ଭାରପ୍ରାପ୍ତ ସମାଜ କଲ୍ୟାଣ କଲ୍ୟାଣ ଅଧିକାରୀ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ପ୍ରତ୍ୟେକ ବିଦ୍ୟାଳୟରେ ଆସନ୍ତା ଶନିବାର ଦିନ ଅଭିଭାବକ ମାନଙ୍କ ସହ ଆଲୋଚନା କରି ନିଜ ବାଲ୍ୟ ବିବାହ ଉପରେ ରୋକ ଲଗାଇବା ପାଇଁ ପରାମର୍ଶ ଦିଆଯିବ ବୋଲି କହିଥିଲେ । 

ପରେ ପରେ ୟୁନିସେଫର ଜିଲ୍ଲା ପରାମର୍ଶଦାତା ପ୍ରିୟଙ୍କା ମଲ୍ଲିକ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ମୁଳୋତ୍ପାଟନ କରିବା ଲାଗି ଜିଲ୍ଲାରେ ନିଆଯାଉଥିବା ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଅତିରିକ୍ତ କଲ୍ୟାଣ ଅଧିକାରୀ ସମସ୍ତ ବ୍ଲକର ସମନ୍ବିତ ଶିଶୁ ବିକାଶ ଅଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସୁପରଭାଇଜର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ସଦର ପ୍ରୋଗ୍ରାମ ଅଫିସର ଭାରତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0 Comments