ନୂଆଦିଲ୍ଲୀ: କିଏ ହେବ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା । କାହାକୁ ବାଛିବ ଦଳ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଘୋଷଣା କରିବା ପରେ ରାଜନୀତି ସରଗରମ । ଏହାରି ଭିତରେ ସିଏମ ରେସରେ ଅନେକ ଚେହେରା ଥିବା ବେଳେ କାହା ଉପରେ ବାଜିବ ଦଳର ମୋହର । ଆସନ୍ତାକାଲି ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରେ । ଆସନ୍ତାକାଲି(ସେପ୍ଟେମ୍ବର 17) ସକାଳ 11.30ରେ ବସିବାକୁ ଯାଉଛି ଆମ ଆଦମି ପାର୍ଟିର ବିଧାୟକ ଦଳ ବୈଠକ । ଏଥିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ

େ ତାହା ଉପରେ ହେବ ଚର୍ଚ୍ଚା । ସେପଟେ ଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ । ଉପରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ ।

ଏନେଇ ଦଳ କହିଛି ଆସନ୍ତାକାଲି(ମଙ୍ଗଳବାର) 11.30ରେ AAP (ଆପ)ର ବିଧାୟକ ଦଳ ବୈଠକ ବସିବ । ଏଥିରେ ସିଏମ କିଏ ହେବ ତାହା ଉପରେ ଆଲୋଚନା ହେବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ଦଳର ମୋହର ବାଜିପାରେ ।

ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ । ଏଥିପାଇଁ ସେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆସନ୍ତାକାଲି ଅପରାହ୍ନ 4.30ରେ ସେ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇପାରନ୍ତି । ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ । ଆଉ କାଲିର ଦିନରେ ଇସ୍ତଫା ଦେବେ କେଜ୍ରିୱାଲ । ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି ।

କେଜ୍ରିୱାଲଙ୍କ ପରେ କିଏ ସମ୍ଭାଳିବ ଦେଶର ରାଜଧାନୀର କମାଣ । କାହା ହାତକୁ ଯିବ ଦିଲ୍ଲୀ ଶାସନ ଡୋରି । ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଘୋଷଣା କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ଚେହେରା ଅଛନ୍ତି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲୋଟ, ରାକ୍ଷୀ ବିଡଲାଙ୍କ ସହ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ନା ମଧ୍ୟ ଚର୍ଚ୍ଚାରେ ଅଛି ।

ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା 2 ଦିନ ପରେ ସମସ୍ତଙ୍କୁ ଝଟ୍‌କା ଦେଇଥିଲେ କେଜ୍ରିୱାଲ । ଦୁଇ ଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଏପରିକି ଜନତା ରାୟ ନଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ସେ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏଥିସହ ଜନତା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲା ପରେ ସେ ଆସନ ଗ୍ରହଣ କରିବେ ବୋଲି କହିଥିଲେ । ଯାହାକୁ ନେଇ ବିଜେପି ଆପକୁ କଟାକ୍ଷ ମଧ୍ୟ କରିଥିଲା ।

0 Comments