ନୂଆଦିଲ୍ଲୀ: ଆଉ ନାହାନ୍ତି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPIM) ନେତା ସୀତାରାମ ୟେଚୁରୀ । ଚିକିତ୍ସାଧୀନ ଅବସ୍ଥାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ସେ ଆଖି ବୁଜିଛନ୍ତି । ପାଖାପାଖି ୧ ମାସ ହେବ ସେ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ । ଗତ ୧୯ ଅଗଷ୍ଟରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦିନ ହେବ ସେ ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ । ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତା

ାମ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଥିଲେ ସୀତାରାମ ୟେଚୁରୀ ।

୧୯୭୪ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆରେ ସାମିଲ ହୋଇ ଛାତ୍ର ରାଜନୀତିରେ ଏଣ୍ଟ୍ରି କରିଥିଲେ । ୧୯୭୭ରେ ଏମରଜେନ୍ସି ଘୋଷଣା ସମୟରେ ଗିରଫ ହେବା ପରେ ସେ JNUରୁ ପିଏଚଡି ପାଠ୍ୟକ୍ରମ ଶେଷ କରିବାରେ ସଫଳ ହୋଇପାରିନଥିଲେ । JNUକୁ ବାମପନ୍ଥୀଙ୍କ ଗଡ଼ ଭାବେ ଉଭା କରିବାରେ ସୀତାରାମ ୟେଚୁରୀଙ୍କ ଅବଦାନ ଅନେକ ଥିଲା । ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ । ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରଷ୍କୃତ ହୋଇଥିଲେ ସୀତାରାମ ୟେଚୁରୀ ।

ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ସୀତାରାମ ଦେଶର ଜଣେ ବଡ଼ ବାମପନ୍ଥୀ ନେତା ଭାବେ ଉଭା ହୋଇଥିଲେ । ଶ୍ରେଷ୍ଠ ସାଂସଦ ଭାବେ ସେ ପୁରସ୍କୃତ ହୋଇଥିଲେ । ଯଦିଓ ବିଧାନସଭାରେ ପ୍ରତିନିଧିତ୍ବ କରିବାରେ ସେତେଟା ସଫଳ ରହିନାହାନ୍ତି, ତଥାପି ଦେଶର ଏଜେଣ୍ଡା ପ୍ରସ୍ତୁତ କରିବାରେ ସେ ସବୁବେଳେ CPIM ତରଫରୁ ମୁଖ୍ୟ ଭୂମିକା ନିର୍ବାହ କରିଆସିଥିଲେ । ଏପରିକି ରୋଗ ଶଯ୍ୟାରେ ଥିବା ସମୟରେ ମଧ୍ୟ ସେ ସବୁ ବିଷୟରେ ବେଶ ସକ୍ରିୟ ଥିଲେ । ଯାହାକି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରୁ ସ୍ପଷ୍ଟ ଅନୁମେୟ ।

ପାଦେ ପାଦେ ସରକାରଙ୍କୁ ଜଗୁଥିଲେ । ରାଜନୈତିକ ମୁଦ୍ଦା ଉଠାଇ ସରକାରଙ୍କୁ ଘେରିବା ସହ ଜନତାଙ୍କ ପାଇଁ ଲଢେଇ କରିବାରେ ସେ ଥିଲେ ବେଶ ପାରଙ୍ଗମ । ପଶ୍ଚିମବଙ୍ଗରୁ ସାସଂଦ ହୋଇଥିବା ଏହି ନେତା ଦେଶରେ ବେଶ ପରିଚିତ । ୧୯୮୪ ମସିହାରେ ମାତ୍ର ୩୨ ବର୍ଷ ବୟସରେ CPI (M) ସେଣ୍ଟ୍ରାଲ କମିଟିର ସେ ନେଇଥିଲେ ଗୁରୁ ଦାୟିତ୍ବ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶ ଭଲ । ଜଣେ ମେଧାବୀ ଛାତ୍ର ଥିଲେ ସୀତାରାମ ୟେଚୁରୀ । ପାଠରୁ ଆରମ୍ଭ କରି ଶାଠ ସବୁଥିରେ ସେ ଥିଲେ ପାରଙ୍ଗମ । CBSE ବୋର୍ଡ ପରୀକ୍ଷାରେ ଟପ୍ପର ସହ ବିଶ୍ବବିଦ୍ୟାଳୟ ସ୍ତରୀୟ ଟେନିସ ଖେଳାଳି ମଧ୍ୟ ଥିଲେ ସୀତାରାମ ୟେଚୁରୀ । ଅର୍ଥନୀତିରେ MA କରିଥିବାବେଳେ ଇନ୍ଦିରାଗାନ୍ଧୀ ସରକାରଙ୍କ ଏମରଜେନ୍ସି ସମୟରେ ତାଙ୍କୁ ଅଧାରୁ PhD ଛାଡିବାକୁ ପଡ଼ିଥିଲା ।

0 Comments