କଟକ/ଭୁବନେଶ୍ବର: ଭୁବନେଶ୍ବର ପରେ କଟକରେ ଠାବ ହେଲା ସିମ୍ ବକ୍ସ । ଆଜି (ରବିବାର) କଟକ ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରୁ ସିମ୍ ବକ୍ସ ଠାବ ହୋଇଛି । ଏଠାରୁ ୫ଟି ସିମ୍ ବକ୍ସ ମିଳିଥିବା ବେଳେ ଏଥିରେ ୫୦୦ରୁ ଅଧିକ ସିମ୍ ରହିଛି ଓ ୪ରୁ ଊର୍ଦ୍ଧ୍ବ ରାଉଟର ମିଳିଛି । ତେବେ ଦୀର୍ଘ ୬ ମାସ ଧରି ଏହି ଭଡା ଘରେ ସିମ୍ ବକ୍ସ ଅପରେଟ ହେଉଥିଲା । ଆଜି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଏବଂ ସାଇଣ୍ଟିଫିକ ଟିମ୍ ଅଭିଯୁକ୍ତ ରାଜୁ ମଣ୍ଡଳକୁ ସାଙ୍ଗରେ ଧରି ସେହି ଘରେ ଚଢାଉ କରି ସିମ ବକ୍ସ ଜବତ କରିଥିବା ସୂଚନା ମିଳିଛି ।

ସୂଚନା ଥାଉକି, ଦୁଇ ଦିନ ତଳେ ପ୍ରଥମେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଜଣେ ସନ୍ଦିଗ୍ଧ ଘରୁ ୭ଟି ସିମ ବକ୍ସ ଜବତ ହୋଇଥିଲା । ଏହି ଘଟଣାରେ ପୋଲିସ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ଆଣିଥିଲା । ପ

ରାଉଚରା ବେଳେ କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡା ଘରେ ସିମ୍ ବକ୍ସ ଚାଲୁଥିବା ଅଭିଯୁକ୍ତ କହିଥିଲା । ଏହାପରେ ପୋଲିସ ତାକୁ ସାଙ୍ଗରେ ଧରି କଟକର ସେହି ଭଡା ଘରେ ଚଢାଉ କରି ସିମ ବକ୍ସ ଜବତ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ସିମ ବକ୍ସ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ, ଚୀନ, ଇରାକ, ଇରାନ ଭଳି ଏକାଧିକ ଦେଶକୁ ସନ୍ଦିଗ୍ଧ କଲ୍ ଯାଉଥିଲା । ସାଇବର ଠକେଇ, ଦେଶ ବିରୋଧି ସ୍ଲୋଗାନ, ଆତଙ୍କବାଦୀ କାର୍ଯ୍ୟକଳାପ, ଦାଦାବଟି ଓ ହାୱଲା ଭଳି ଅପରାଧିକ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଏସବୁ ପଛରେ ମାଷ୍ଟର ମାଇଣ୍ଡ ହେଉଛି ଜଣେ ବାଂଲାଦେଶୀ ଯୁବକ । ସେ ଏହି ସିମ ବକ୍ସ ରାକେଟ ବୁଝାସୁଝା କରିବା ପାଇଁ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଦାୟିତ୍ବ ଦେଇଥିଲା । ଭୁବନେଶ୍ବର ପରେ ଏବେ କଟକରେ ସିମ୍ ବକ୍ସ ଠାବ ହେବା ପରେ କମିଶନରେଟ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାରେ ଅଧିକ ତନାଘନା ଜାରି ରଖିଛନ୍ତି ।

ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ''ଅଭିଯୁକ୍ତକୁ ୧୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିଲା । ପରେ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଛାନଭିନ୍‌ରୁ ଜଣାପଡିଛି, ଆଉ ଜଣେ ଲୋକ କଟକରେ ସିମ ବକ୍ସ ଅପରେଟ କରୁଥିଲା । ସେଠି ଯାହା ମିଳିଛି ତାହାର ମଧ୍ୟ ଯାଞ୍ଚ କରିବୁ । ଏ ସମ୍ପର୍କରେ ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ଜଣାଇ ସହଯୋଗ ନେବୁ ।'' ରାଜୁ ମଣ୍ଡଳକୁ ନିୟୋଜିତ କରିଥିବା ବାଂଲାଦେଶୀ ଆଶାଦୁର ଜମାନକୁ ଧରିବାକୁ ପୋଲିସ ଇଣ୍ଟରପୋଲ ବା ଅନ୍ୟ ଜାତୀୟ ଏଜେନ୍ସିର ସହଯୋଗ ନେଇପାରେ । ତାକୁ ଧରିବା ପାଇଁ ପୋଲିସର ଏକ ଟିମ ତନାଘନା ଚଳାଇଛି ।

କଟକରେ ମିଳିଥିବା ସିମ ବକ୍ସରେ ନାନୋ ସିମ ବ୍ୟବହାର ହେଉଥିଲା । ଏହି ସିମରେ RSN ନମ୍ବର ନଥିଲା । ଯାହାଫଳରେ ସହଜରେ ଭୂଆଁ ବୁଲାଯାଇପାରିବ । କାରଣ RSN ନମ୍ବ‌ର ଥିଲେ ସେଥିରୁ ଟେଲିକମ କମ୍ପାନି ମାଧ୍ୟମରେ ୧୦ ଟିକିଆ ମୋବାଇଲ ନମ୍ବର ଠାବ କରିବା ସହଜ ହୁଏ । ସେହି ନମ୍ବରରୁ କଲ୍ ଡିଟେଲ ଯାଞ୍ଚ ହୋଇଥାଏ ।

କଟକରେ ରେଡ୍ ବେଳେ ସାମ୍ନାକୁ ଆସିଛି ସ୍ମାର୍ଟ ସ୍ବିଚର‌ ବ୍ୟବହାର ଘଟଣା । ଅଭିଯୁକ୍ତମାନେ ଏକ ସ୍ମାର୍ଟ ସ୍ବିଟ୍ ସକେଟ ବ୍ୟବହାର କରୁଥିଲେ । ସେଥିରେ ବି ଗୋଟିଏ ସିମ୍ ପଡିଥିଲା । ଏହାକୁ ମୋବାଇଲ ଜରିଆରେ ବାହାରୁ ଥାଇ ମନିଟର କରାଯାଉଥିଲା । ବିଦ୍ୟୁତ୍ ସପ୍ଲାଏ ବନ୍ଦ କରିବା କିମ୍ବା କେଉଁ ମେସିନ କାହା ପରେ ବୁଲାଇବା ପାଇଁ ସେହି ମେସିନରେ ସ୍ବିଚ୍ ବ୍ୟବହାର କରୁଥିଲା ।

0 Comments