କଟକ: ଖୁବଶୀଘ୍ର ଫେରିବ ଚିଟଫଣ୍ଡ୍ ଟଙ୍କା ! ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରିବା ପାଇଁ ତତ୍ପରତା ଦେଖାଇଛନ୍ତି ନୂଆ ସରକାର । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ

ମାଗିଛନ୍ତି ରାଜ୍ୟ ସରକାର । ଏନେଇ ଆଜି(ବୁଧବାର) କଟକ ADMOଙ୍କ କାର୍ଯ୍ୟାଳୟରେ ଅର୍ଥ ବିଭାଗର ଦୁଇ ସଚିବ ଏହି ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ତଥ୍ୟ ସଂଗ୍ରହ କରାଯାଇଛି ।

ଚିଟଫଣ୍ଡରେ ଟଙ୍କା ଜମା କରି କ୍ଷତି ସହିଥିବା ସାଧାରଣ ଲୋକ ଖୁବଶୀଘ୍ର ସେମାନଙ୍କ ଟଙ୍କା ପାଇପାରନ୍ତି । ସାଧାରଣ ଲୋକଙ୍କ ଚିଟଫଣ୍ଡ ଟଙ୍କା କିଭଳି ତ୍ୱରିତ ଫେରସ୍ତ କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । କଟକ ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ସଂଶୋଧିତ ଅଧିନିୟମ (OPID) କାର୍ଯ୍ୟାଳୟରୁ ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ଅନ୍ୟ ଅଧିକାରୀ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତିି ।

କଟକ OPIDରେ ୨୬ ଟି ଚିଟଫଣ୍ଡ କମ୍ପାନୀର ମାମଲା ଥିବା ବେଳେ ବର୍ତ୍ତମାନ ଦୁଇଟି ଚିଟଫଣ୍ଡ କମ୍ପାନୀ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଓ ହାଇଟେକ ଚିଟଫଣ୍ଡ କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହୋଇ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯାଉଛି । ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସରେ ୪ ଲକ୍ଷ ୭୨ ହଜାର ହିତାଧିକାରୀ ଥିବା ବେଳେ ହାଇଟେକରେ ୧୦ ହଜାର ହିତାଧିକାରୀ ଅଛନ୍ତି ।

ଉମାକାନ୍ତ ରାଜ ଆଉ ମଧ୍ୟ କହିଛନ୍ତି ଯେ, ଚିଟଫଣ୍ଡ ପ୍ରସଙ୍ଗରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରକ୍ରିୟା ଜାରି ରହିଛି । ତେବେ ଏହି କ୍ରମରେ ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ ଅଫ କମ୍ପାନିଜ ଓ ହାଇଟେକ ଗ୍ରୁପ ଅଫ କମ୍ପାନୀଜର ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ୮ ହଜାରରୁ କମ ଡିପୋଜିଟରମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛିି ।

0 Comments