କଟକ: ଏସସିବି ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ । ୨ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓ

ୋଜି ବିଭାଗର ଡାକ୍ତରଙ୍କ ନାଁରେ ଏହି ସଙ୍ଗୀନ ଅଭିଯୋଗ ରହିଛି । ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ନେଇ ଆଜି (ମଙ୍ଗଳବାର) କଟକ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । ଡାକ୍ତରଙ୍କ ନାଁରେ ଏତଲା ଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ସେପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇଛନ୍ତି । ଡାକ୍ତର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମଙ୍ଗଳାବାଗ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପାଇଁ 3 ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ । କମିଟିରେ ସାମିଲ SCB ଅଧିକ୍ଷକ ସୁଧାଂଶୁ ମିଶ୍ର । କମିଟିରେ ଅଛନ୍ତି DMET ସନ୍ତୋଷ ମିଶ୍ର ଓ ରୋମା ରତନ । ସେପଟେ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଛି ପୋଲିସ । ଗିରଫ ଡାକ୍ତରଙ୍କ ନାଁ ଦୀଲବାଗ ବୋଲି ଜଣାପଡ଼ିଛି ।

2 ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ପରେ ଉଭୟ ପୀଡ଼ିତାଙ୍କ ଡାକ୍ତରୀମାଇନା ହୋଇଥିଲେ । ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଡାକ୍ତରକୁ କଟକ ମଙ୍ଗଳବାଗ ପୋଲିସ ଗିରଫ କରିଛି ।

ଡାକ୍ତର ଗିରଫ ହେବା ପରେ ତାଙ୍କ ପତ୍ନୀ କହିଛନ୍ତି, "42, 52 ବର୍ଷର ମାଆ ସମାନମହିଳାଙ୍କ ସହ ଏଭଳି କିଏ କରିପାରିବ କି । ଦୋଷ ପ୍ରମାଣିତ ହେଲେ ଦଣ୍ଡ ମିଳୁ କିଛି କଥା ନାହିଁ । ମୁଁ ଜାଣିଛି ମୋ ସ୍ବାମୀ ନିର୍ଦ୍ଦୋଶ । ମୁଁ ଚାହୁଁଛି ସଠିକ ଭାବରେ ଯାଞ୍ଚ କରାଯାଉ । ମୋ ସ୍ବାମୀ ନିର୍ଦ୍ଦୋଶ, ତାଙ୍କୁ ନ୍ୟାୟ ମିଳୁ ।"

କଟକ ଏସସିବିରେ ମେଡିକାଲ କଲେଜରେ ଲଜ୍ଜ୍ୟା । କାର୍ଡିଓଲୋଜି ବିଭାଗର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ରୋଗୀଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସସିବି ମେଡିକାଲକୁ ECHO ପରୀକ୍ଷା କରିବା ପାଇଁ ଆସି 2 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଆଧାରରେ 2 ପୀଡ଼ିତାଙ୍କ 161 ଧାରାରେ ବୟାନ ରେକର୍ଡ କରାଯିବା ସହ ଆବଶ୍ୟକ ପଡିଲେ ପୀଡିତାଙ୍କ 164 ଧାରାରେ ବୟାନ ରେକର୍ଡ କରାଯିବ ବୋଲି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ।

ସେପଟେ ଏହି ଘଟଣାର ତଦନ୍ତ ପାଇଁ 3 ଜଣିଆ କମିଟି ଗଠନ କରିଛି ସ୍ବାସ୍ଥ୍ୟ ବିଭାଗ । କମିଟିରେ ସାମିଲ SCB ଅଧିକ୍ଷକ ସୁଧାଂଶୁ ମିଶ୍ର । ଏହାସହ କମିଟିରେ DMET ସନ୍ତୋଷ ମିଶ୍ର ଓ ରୋମା ରତନ ମଧ୍ୟ ରହିଛନ୍ତି ।

ସୂଚନା ଥାଉକି, ଗତ 9 ତାରିଖରେ କୋଲକାତାର ଆର.ଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ସ୍ନାତକୋତ୍ତର ମେଡିକାଲ ଛାତ୍ରୀ ଥିବା 31 ବର୍ଷୀୟା କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । 10 ତାରିଖ ସକାଳୁ ସେମିନାର ହଲରୁ ତାଙ୍କ ଅର୍ଦ୍ଧନଗ୍ନ, କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା । ଏଭଳି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ‘ନୋ ସେଫ୍ଟି, ନୋ ଡ୍ୟୁଟି’ ନାରାରେ ଏମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି । କେବଳ ଜରୁରୀକାଳୀନ ବିଭାଗକୁ ଛାଡିଦେଲେ ପ୍ରାୟ ଅନ୍ୟ ସମସ୍ତ ବିଭାଗରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବିଭିନ୍ନ ହସ୍ପିଟାଲରେ ‘ଓପିଡି’ ବନ୍ଦ ରହିଛି । ଏହାରି ମଧ୍ୟରେ ଆଜି କଟକ ବଡ ମେଡିକାଲରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

0 Comments