କଟକ: ସ୍ବାଧୀନତା ଦିବସରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କର୍ମଜୀବୀ ମହିଳାଙ୍କୁ ମିଳିବ ମାସିକ ଋତୁସ୍ରାବ ଛୁଟି । ଋତୁସ୍ରାବ ପାଇଁ ମହିଳା କର୍ମଜୀବୀଙ୍କୁ ଗୋଟିଏ ଦିନ ଛୁଟି ଦିଆଯିବ । ଉଭୟ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାମାନେ ଏହି ଛୁଟି ପାଇବେ । କଟକରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବା ସମୟରେ ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

px;">ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ, ''ଯେଉଁ ମହିଳାମାନେ ଚାକିରି କରୁଛନ୍ତି ସେମାନେ ଋତୁସ୍ରାବ ଦିନ ନଚେତ୍ ପରଦିନ ଛୁଟି ନେଇ ପାରିବେ । ଉଭୟ ସରକାରୀ ଓ ବେସରକାରୀ ସ୍ଥରରେ କାର୍ଯ୍ୟ କରୁଥିବା ମହିଳାମାନେ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ନେଇପାରିବେ ।''

କଟକରେ ପାଳିତ ହୋଇଛି 78ତମ ସ୍ୱାଧୀନତା ଦିବସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପତାକା ଉତ୍ତୋଳନ କରି କଟକବାସୀଙ୍କୁ ଉଦବୋଧନ ଦେଇଥିଲେ । ମୋଟ 44ଟି ଟ୍ରୁପ ସ୍ୱାଧୀନତା ଦିବସ ପରେଡ଼ରେ ସାମିଲ ହୋଇଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭାଷଣ ଆରମ୍ଭ ହେବା ପୂର୍ବରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ସ୍ୱାଧୀନତା ସଂଗ୍ରାମରେ କଟକ ଥିଲା କେନ୍ଦ୍ରବିନ୍ଦୁ, ପବିତ୍ର ତୀର୍ଥଭୂମି ହେଉଛି କଟକ । ସ୍ୱାଧୀନତା ହାସଲ ଦିଗରେ ଓଡ଼ିଶାର କଟକର ସ୍ୱତନ୍ତ୍ର ପରିଚୟ ରହିଛି । ଏହାସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଓଡ଼ିଶାରେ ମିଶନ ଶକ୍ତିକୁ ଶକ୍ତିଶାଳୀ କରିଛୁ । ମହିଳାଙ୍କୁ ସ୍ୱୟଂ ସଂପୂର୍ଣ୍ଣା କରିବା ଏହି ସରକାରଙ୍କ ଲକ୍ଷ୍ୟ । ମିଶନ ଶକ୍ତି ବଜାରକୁ ବିକାଶ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କାର ବଜେଟ କରାଯାଇଛି ।

ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ବଜେଟ କରାଯାଇଛି । ସବକା ସାଥ୍ ଓ ସବକା ବିକାଶର ମନ୍ତ୍ର ନେଇ ଆଗେଇ ଚାଲିଛନ୍ତି ସରକାର । କଟକ ପର୍ଯ୍ୟଟନର ହେବ ଉନ୍ନତି ଓ ବିକାଶ । କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା । ଚଳିତବର୍ଷ ବାଲିଯାତ୍ରାକୁ ଆନ୍ତର୍ଜାତୀୟ ଉତ୍ସବର ମାନ୍ୟତା ମିଳିବା ନେଇ ଉଦ୍ୟମ କରାଯିବ । ବୋଟ କ୍ଳବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳର ହେବ ବିକାଶ ।

ଋତୁସ୍ରାବକୁ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତିକୁ ମହିଳା କର୍ମଜୀବୀମାନେ ସ୍ବାଗତ କରିଛନ୍ତି । ଏହା ବହୁତ ଭଲ ପଦକ୍ଷପ ବୋଲି କହିବା ସହ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0 Comments