ହସ୍ପିଟାଲରେ ଲାଗିଲା ନିଆଁ । କଟକ ପୁରୀଘାଟ ଥାନା ନିକଟ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ପ୍ରାଥମିକ ସୂଚନା ମୁତାବକ, ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବାବେଳେ, ବର୍ତ୍ତମାନ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟପଟେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିଛି ସମୟ ପାଇଁ ଆଇସିୟୁରେ ରହିଥିବା ରୋଗୀ ବାହାରେ ବସି ରହିଥିବା

ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନାୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା ।

କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ହସ୍ପିଟାଲରେ ଏସି କାମ ଚାଲିଥିଲା । ସେହି ଏସିରୁ ସର୍ଟସର୍କିଟ ହେଇ, ଏସି ବ୍ଲାଷ୍ଟ କରିବା ସହ ହସ୍ପିଟାଲରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର ଅସଲ କାରଣ କଣ ସେ ନେଇ କୌଣସି ବି ସ୍ପଷ୍ଟ ସୂଚନା ମିଳିପାରିନି । ଖୁବଶୀଘ୍ର ଏନେଇ ସ୍ପଷ୍ଟ ସୂଚନା ମିଳିପାରେ ବୋଲି ଅନୁମାନ କରାଯାଉଛି ।

0 Comments