hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">କଟକ: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପରୀକ୍ଷା । ଓଟିଇଟି 2024 ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି । ଉଭୟ ପେପର-I ଓ ପେପର-II ପାଇଁ ଏକ ନୂତନ ତାରିଖ ଘୋଷଣା କରାଯାଇଛି ।

ବିଏସଇ ସୂଚନା ଅନୁଯାୟୀ, ପରୀକ୍ଷା ହେବା ପାଇଁ ପୂର୍ବରୁ ଅଗଷ୍ଟ ୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାକୁ ଅଗଷ୍ଟ 17 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । BSE ଏହାର ଅଫିସିଆଲ୍ ୱେବସାଇଟରେ ସଂଶୋଧିତ OTET ପରୀକ୍ଷା ତାରିଖ ଘୋଷଣା କରିଛି । ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲି ଥିବାରୁ ଏହି ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଅଗଷ୍ଟ 12 ତାରିଖରୁ BSE ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ ।

0 Comments