କଟକ: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି । ତେବ

ସାଧାରଣ ମହିଳାଙ୍କ ଭଳି ଆଜି କିନ୍ନର ସମ୍ପ୍ରଦାୟ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । କିନ୍ନର ସମ୍ପ୍ରଦାୟ ଆଜିର ଦିନରେ ନିଜର ଗୁରୁଙ୍କୁ ନିଜର ସ୍ବାମୀ ଭାବେ ଗ୍ରହଣ କରି ବ୍ରତ କରିଥାନ୍ତି । ଏହି କ୍ରମରେ ପାରଳାଖେମୁଣ୍ଡିରେ କିନ୍ନର ସମ୍ପ୍ରଦାୟ ସାଧାରଣ ମହିଳା ମାନଙ୍କ ପରି ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ପାଳିଛନ୍ତି । ଆଜି ସକାଳୁ କିନ୍ନର ମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ ପାରଳାଖେମୁଣ୍ଡି ବନ ଦୁର୍ଗା ମନ୍ଦିରରେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥାନ୍ତି । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁ ହିଁ ସେମାନଙ୍କ ପାଇଁ ବାପା, ମା, ସ୍ଵାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।

ତେଣୁ ଏହି ସାବିତ୍ରୀ ବ୍ରତ ଯେବେ ବି ଆସେ ସେମାନେ ନିଜର ଗୁରୁ ମାନଙ୍କ ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ତେଣୁ ସମାଜରେ ଅନେକ ଅଣଦେଖା ଓ ଅବହେଳାର ଶିକାର ହୋଇ ମଧ୍ୟ ସେମାନେ ଆଜି ମୁଣ୍ଡ ଟେକି ପ୍ରତ୍ୟେକ ପର୍ବରେ ସାମିଲ ହେଉଥିବା ହେତୁ ବେଶ ଆନନ୍ଦ ଓ ଉତ୍ସାହିତ ରହିଥିବା କହିଛନ୍ତି କିନ୍ନର । ଅନ୍ୟପଟେ କଟକର ଘରେ ଘରେ ଏହି ବ୍ରତ ମହିଳାମାନେ ପାଳନ କରିଛନ୍ତି । ସକାଳୁ ଉଠି ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବା ସହ ସ୍ୱାମୀ ମାନଙ୍କର ଦୀର୍ଘାୟୁ କାମନା କରିଛନ୍ତି ମହିଳା । ଯାହାକୁ ନେଇ କଟକର ବିଭିନ୍ନ ଦେବାଳୟରେ ଭିଡ଼ ପରିଲକ୍ଷିତ ହୋଇଥିଲା ।


0 Comments