କଟକ: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷ ମାଟ୍ରିକ ରେଜଲ୍ଟ । HSC ,ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇବ। ସକାଳ ୧୦ ଟା ୩୦ ରେ ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶିତ ହେବ । ବୋର୍ଡ ୱେବ ସାଇଟ www.bseodisha.ac.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ସକାଳ ୧୧ ଟା ୩୦ ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି ।

ନିଜର ମୋବାଇଲରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ । OR10 space ନିଜର ରୋଲ ନମ୍ବର କୁ ଟାଇପ କରି 5676750 କୁ ମେସେଜ କଲେ ରେଜଲ୍ଟ ଜାଣିହେବ । ସ୍କୁଲ ପ୍ରଧାନ ଶିକ୍ଷକ ମାନେ ମଧ୍ୟ ଅପରାହ୍ନ ୧୨ ଟା ୩୦ ରୁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ମଧ୍ୟ ଜାଣି ପାରିବେ ।

ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ଦିନ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଅନଲାଇନରେ ଏବଂ whatsapp ମାଧ୍ୟମରେ କିଛି ଜରୁରୀ ତଥ୍ୟ ଦେଇ ସାର୍ଟିଫିକେଟ ଡାଉନଲୋଡ କରିହେବ । ଅପରାହ୍ନ ୪ ଟା ପରଠାରୁ ଡିଜିଟାଲ ସାର୍ଟିଫିକେଟ ମିଳିବ । ନିଜର whatsapp ରେ 7710058192କୁ ସେଭ କରି ପରେ ଉକ୍ତ ନମ୍ବରରୁ BSE ଟାଇପ କରନ୍ତୁ । ପରବର୍ତ୍ତୀ ସମୟରେ ଏହି ପଦ୍ଧତି ଦ୍ୱାରା ସାର୍ଟିଫିକେଟ ପାଇପାରିବେ ।

tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; --tw-contain-size: ; --tw-contain-layout: ; --tw-contain-paint: ; --tw-contain-style: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">ସେହିପରି ରିଚେକିଂ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମେ ୨୯ ରୁ ଜୁନ ୧୨ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ବୋର୍ଡ କାର୍ଯ୍ୟାଳୟରେ ଥିବା ଟୋଲ ଫି ନମ୍ବରକୁ ଯୋଗାଯୋଗ କରିପାରିବେ । ଦୁଇଟି ନମ୍ବର ବୋର୍ଡ ପକ୍ଷରୁ ଜାରି କରାଯାଇଛି । 8763446292 ଏବଂ 9437228187କୁ କଲ କରି ତଥ୍ୟ ପାଇପାରିବେ । ସକାଳ ୧୦ ରୁ ଅପରାହ୍ନ ୫ ଟା ମଧ୍ୟରେ ଉକ୍ତ ନମ୍ବର ସହ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେଥିପାଇଁ ବୋର୍ଡ ପକ୍ଷରୁ 3 ହଜାର 47ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

0 Comments