ନୂଆଦିଲ୍ଲୀ: ବିଶ୍ବ ବିଜୟୀ ଟିମ୍‌ ଇଣ୍ଡିଆକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚମ୍ପିଆନ୍ସ ଦଳକୁ ସାକ୍ଷାତ କରି ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀ ସ୍ଥିତ ସାତ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବ

ାସଭବନରେ ଟିମ୍‌ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି । ଦିନିକିଆ ବିଶ୍ବକପରେ ଭାରତ ପରାଜୟ ପରେ ମୋଦି ଖେଳାଳିଙ୍କୁ ସାନ୍ତ୍ବନା ଦେଇଥିଲେ ଏବେ ବିଶ୍ବ ଚାମ୍ପିଅନ୍ସ ହୋଇଥିବାରୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭିକ୍ଟ୍ରି ପରେଡ ପାଇଁ ଆଉ କିଛି ସମୟ ପରେ ମୁମ୍ବାଇରେ ପହଞ୍ଚିବେ ଖେଳାଳି । ମୋଦିଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ ଟିମ୍‌ ।

ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ସମସ୍ତ ଖେଳାଳିଙ୍କ ସହ ମନ ଖୋଲି କଥା ହୋଇଥିଲେ । କୋହଲିଙ୍କ ଠାରୁ ଆରମ୍ଭ କରି ରୋହିତ, ପାଣ୍ଡ୍ୟା ଓ କୋଚ ରାହୁଲ ଦ୍ରାବିଡ ବିଜୟ ସମୟର ସେ ମୂହୁର୍ତ୍ତକୁ ମୋଦିଙ୍କୁ କହିଥିଲେ । ଏଥି ସହ ବିଜୟ ପାଇଁ ସମସ୍ତ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଖେଳାଳି ଓ ଟ୍ରଫି ସହ ଫଟୋ ସୁଟ କରିଥିଲେ ।

2023 ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ୟାହା ଫଳରେ ଖେଳାଳିଙ୍କ ସହ କୋଟି କୋଟି କ୍ରୀଡା ପ୍ରେମିଙ୍କ ହୃଦଯ ଭାଙ୍ଗିଯାଇଥିଲା । ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ ଡ୍ରେସିଂ ରୁମ୍‌ରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଦିଲ୍ଲୀ ବିମାନବନ୍ଦର ଅଭିମୁଖେ ବାହାରିଥିଲେ । ଏହାପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ଖେଳାଳି ।ବିମାନବନ୍ଦରରେ ପହଞ୍ଚିବା ପରେ ନରିମାନ ପଏଣ୍ଟକୁ ନିଆଯିବ । ସନ୍ଧ୍ୟା 5ଟା ସମୟରେ ଭିକ୍ଟ୍ରି ସସେଲିବ୍ରେସନରେ କମ୍ପିବ ମାୟାନଗରୀ ମୁମ୍ବାଇ । ନରିମାନ ଠାରୁ ଓ୍ବାଙ୍ଖଡେ ଷ୍ଟାଡିୟମ ପର୍ଯ୍ୟନ୍ତ ଖୋଲା ବଲରେ ଭିକ୍ଟ୍ରି ପରେଡ ବା ବିଜୟ ଶୋଭାଯାତ୍ରା କରିବେ ଚମ୍ପିଆନ ଦଳ । ଏହାପରେ ଷ୍ଟାଡିୟମରେ ଖେଳାଳାଙ୍କୁ ସମ୍ମାନିତ କରାଯିବ ।

0 Comments