ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି ।

ଏହି ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ସ୍ପେନ ପକ୍ଷରୁ ମିରାଲେସ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ । ତେବେ ଭାରତୀୟ ଦଳ ତା’ର ଦ୍ୱିତୀୟ ପିସିରେ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କ

ରିଥିଲା । ଦ୍ବିତୀୟ କ୍ୱାର୍ଟର ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଏହି ଚମତ୍କାର ଗୋଲ ସ୍କୋର କରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ।

ତୃତୀୟ କ୍ବାର୍ଟରରେ ଭାରତୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହି ସୁଯୋଗରେ ଭାରତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ ହୋଇଯାଇଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ। ଶେଷ କ୍ବାର୍ଟରରେ ଉଭୟ ଦଳ ପରସ୍ପର ଉପରେ ଘନ ଘନ ଆକ୍ରମଣ କରିଥିଲେ । ତେବେ ମ୍ୟାଚ ଶେଷ ପର୍ଯ୍ୟନ୍ତ ଭାରତ ଏହି ଅଗ୍ରଣୀ ବଜାୟ ରଖିବାକୁ ସକ୍ଷମ ହୋଇଥିଲା ଓ ଏକ ଚମତ୍କାର ବିଜୟ ସହ ନିଜର ଅଲିମ୍ପିକ ଅଭିଯାନ  ବ୍ରୋଞ୍ଜ ପଦକ ସହ ଶେଷ କରିଥିଲା ।

0 Comments