ଭୁବନେଶ୍ବର: ଓଡ଼ିଆ ହକି ତାରକା ଅମିତ ରୋହିଦାସ ୪ କୋଟି ଟଙ୍କା ପାଇବେ। ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ହକି ଟିମ୍‌ ପାଇଁ ପୁରସ୍କାର ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏହି ଘୋଷଣା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

rgb(38, 38, 38); font-family: "noto sans oriya ui"; font-size: 19px;">ଏହା ପୂର୍ବରୁ ମୋହନ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଅଲିମ୍ପିକ୍ସ ପୁରୁଷ ହକିରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଭାରତୀୟ ହକି ଦଳକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ବିଜୟ କୋଟି କୋଟି ଭାରତୀୟଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ।


0 Comments