ମୁମ୍ବାଇ: ଆଇସିସିର ନୂଆ ବସ ହେଲେ ଜୟ ଶାହ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ନୂଆ ଅଧ୍ୟକ୍ଷ ହେଲେ ଜୟ ଶାହ । ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେଲେ ବିସିସିଆଇର

ସଚିବ ଜୟ ଶାହ । ଆଇସିସିର ନୂଆ ଚେୟାରମ୍ୟାନ ଚୟନ ହୋଇଛନ୍ତି ଜୟ ଶାହ । ଭାରତ ବ୍ୟତୀତ ଆଇସିସିର ଦୁଇ ମୁଖ୍ୟ ସଦସ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ଥିଲା ଜୟ ଶାହଙ୍କୁ । ହାସଲ କରିସାରିଛନ୍ତି । ଆସନ୍ତା ଡିସେମ୍ବର 1 ତାରିଖରୁ ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ତେବେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଜୟ ଶାହଙ୍କ ସ୍ଥାନ କିଏ ନେବ, ତାହା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

ଶରଦ ପାୱାର, ଜଗମୋହନ ଡାଲମିଆ, ଶଶାଙ୍କ ମନୋହର ଏବଂ ଏନ ଶ୍ରୀନିବାସନଙ୍କ ଭଳି ଭାରତୀୟ ପୂର୍ବରୁ ଆଇସିସିର ନେତୃତ୍ୱ ନେଇଛନ୍ତି । ବର୍ତ୍ତମାନ 35 ବର୍ଷୀୟ ଜୟ ଶାହା ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହୋଇଛନ୍ତି । ଆଇସିସି ନିୟମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନରେ ​​16ଟି ଭୋଟ୍ ଦିଆଯାଏ । ବିଜୟୀ ହେବା ପାଇଁ 9 ଭୋଟ୍ ଆବଶ୍ୟକ ରହିଥାଏ । ଆଇସିସି ବୋର୍ଡର 16 ଜଣ ସଦସ୍ୟଙ୍କ ମଧ୍ୟରୁ 15 ଜଣଙ୍କର ସମର୍ଥନ ଜୟ ଶାହଙ୍କ ପ୍ରତି ଥିବା କୁହାଯାଉଛି । ଯଦି ଏହା ସତ ହୁଏ, ତେବେ ଆଇସିସି ସଭାପତି ନିର୍ବାଚନ କେବଳ ଏକ ଔପଚାରିକତା ଥିଲା । 15 ବର୍ଷର କ୍ୟାରିଅରରେ ଜୟ ଶାହ ପ୍ରଥମେ ଗୁଜୁରାଟ କ୍ରିକେଟ ବୋର୍ଡରୁ ଯାତ୍ରା ଆରମ୍ଭ କରି ପରେ ବିସିସିଆଇ ଏବଂ ଆଜି ଆଇସିସି ଅଧ୍ୟକ୍ଷ ହୋଇଛନ୍ତି ।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ ଆଇସିସି ଚେୟାରମ୍ୟାନ୍‌ ପଦରେ ବସିଛନ୍ତି । ତେବେ ବିସିସିଆଇର ପରବର୍ତ୍ତୀ ସଚିବ କିଏ ହେବେ, ସେନେଇ ମଧ୍ୟ ବିଭିନ୍ନ ଆଲୋଚନା ହେଉଛି । ତେବେ ଖବର ଅନୁଯାୟୀ, ଜୟ ଶାହା ପରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସଭାପତି ହେବା ପରେ, ଜଣେ ଦିବଂଗତ ବିଜେପି ନେତାଙ୍କ ପୁଅ ପରବର୍ତ୍ତୀ ବିସିସିଆଇ ସଚିବ ଭାବରେ ତାଙ୍କର ଉତ୍ତରାଧିକାରୀ ହୋଇପାରନ୍ତି ବୋଲି କୁହାଯାଉଛି ।

0 Comments