ନୂଆଦିଲ୍ଲୀ: ନିରାଶ ହେଲେ ଭିନେଶ ଫୋଗତ । ମଉଳିଲା ଭିନେଶଙ୍କ ଆଶା । ରୌପ୍ୟ ପଦକରୁ ବଞ୍ଚିତ ହେଲେ ଭିନେଶ । ରୌପ୍ୟ ପ

ାଇଁ CASରେ ଆବେଦନ କରିଥିଲେ ଭିନେଶ । ଭିନେଶ ଫୋଗତଙ୍କ ଆବେଦନ ଖାରଜ । 100 ଗ୍ରାମ ଓଜନ ପାଇଁ ପ୍ୟାରିସ ଅଲିମ୍ପିକ୍‌ରେ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂ ଅଯୋଗ୍ୟ ଘୋଷିତ ହୋଇଥିଲେ ।

ପ୍ୟାରିସ ଅଲିମ୍ପିକ୍ 2024 ପରେ ଭାରତୀୟଙ୍କୁ ଏକ ବଡ଼ ଝଟକା । ଷ୍ଟାର ରେସଲର ଭିନେଶ ଫୋଗତଙ୍କ ଆବେଦନକୁ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍ (CAS) ଖାରଜ କରିଛନ୍ତି । ଫଳରେ ଭିନେଶଙ୍କ ରୌପ୍ୟ ପଦକ ଆଶା ମଉଳିଛି । 100 ଗ୍ରାମ ଅଧିକ ଓଜନ ହେତୁ ଫାଇନାଲ ମ୍ୟାଚ୍ ପୂର୍ବରୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଫଳରେ ଭିନେଶ ଫାଇନାଲ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏହା ଉପରେ ଭିନେଶ CASରେ ଏକ ଆବେଦନ କରିଥିଲେ । ପୂର୍ବରୁ ଭିନେଶଙ୍କ ଆବେଦନ ଉପରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS) ଅଗଷ୍ଟ 13ରେ ଏହାର ରାୟ ଦେବାକୁ ସ୍ଥିର ହୋଇଥିଲା । ତାପରେ ଏହାକୁ ଅଗଷ୍ଟ 16 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ହେଲେ ଆଜି ଭିନେଶଙ୍କ ଆବେଦନକୁ ଖାରଜ କରାଯାଇଛି ।

ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସ୍‌ଲିଂରେ ସେମିଫାଇାନଲରେ ବିଜୟୀ ହେବାପରେ ଫାଇାନଲରେ ପ୍ରବେଶ କରିଥିଲେ ଭିନେଶ ଫୋଗତ । ଏହା ପରଦିନ ତାଙ୍କର ଫାଇନାଲ ମ୍ୟାଚ ରହିଥିଲା । ଏହା ପୂର୍ବରୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । 50 କିଲୋଗ୍ରାମରୁ ମାତ୍ର 100 ଗ୍ରାମ ଅଧିକ ଓଜନ ହେବାରୁ ଫାଇନାଲରୁ ବଞ୍ଚିତ ହେବା ସହ ପଦକ ମଧ୍ୟ ହାତରୁ ଚାଲିଯାଇଥିଲା । ଏହି ଖବର ଶୁଣିବା ପରେ ପୁରା ଭାଙ୍ଗି ପଡିଥିଲେ ଭିନେଶ । ଭିନେଶଙ୍କ ସମେତ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍‌ ଆର୍ବିଟ୍ରେସନ ଫର ସ୍ପୋର୍ଟ୍ସ (CAS)ରେ ସଂଯୁକ୍ତ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ । ହେଲେ ଆଜି CAS ଭିନେଶଙ୍କ ଆବେଦନକୁ ଖାରଜ କରିଛନ୍ତି ।

0 Comments