ପ୍ୟାରିସ (ଫ୍ରାନ୍ସ):

ize: 17px;"> ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାଙ୍ଗିଲା 52 ବର୍ଷର ରେକର୍ଡ । ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ହରମନପ୍ରୀତ ବାହିନୀ କଙ୍ଗାରୁ ଦଳକୁ 3-2ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଅଭିଷେକ ଏବଂ ହରମନପ୍ରୀତ ସିଂହ ଅଷ୍ଟ୍ରେଲିଆକୁ ଆରମ୍ଭରୁ ହିଁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ତେବେ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ମୋଟ 5ଟି ମ୍ୟାଚ୍‌ ଖେଳିଥିବାବେଳେ ସେଥିମଧ୍ୟରୁ 3ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚ୍‌ ଆର୍ଜେଣ୍ଟିନା ବିପକ୍ଷରେ ଡ୍ର' ହୋଇଥିବାବେଳେ ବେଲଜିୟମ ବିପକ୍ଷ ଗୋଟିଏ ମ୍ୟାଚ୍‌ ହାରିଥିଲା ଭାରତ ।​ ବର୍ତ୍ତମାନ 140 କୋଟି ଭାରତୀୟଙ୍କ ମେଡାଲ ସ୍ବପ୍ନ ନେଇ ପ୍ୟାରିସ୍‌ରେ ଧମାଲ କରୁଥିବା ଭାରତୀୟ ହକି ଦଳ କ୍ବାର୍ଟର ଫାଇନାଲରେ ଲଗାଇବ ଦମ ।

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଗୋଭର୍ସ ବ୍ଲେକ୍ 55ତମ ମିନିଟରେ ନିଜ ଦଳ ପାଇଁ ଦ୍ବିତୀୟ ଗୋଲ୍ ସ୍କୋର କରି ସ୍କୋରକୁ 3-2 ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ କଡ଼ା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଦୁଇ ଦଳର କୌଣସି ଗୋଲ୍‌ ସ୍କୋର କରିପାରିନଥିଲେ, ଫଳରେ ଭାରତ ମ୍ୟାଚ୍‌କୁ 3-2ରେ ଜିତି ନେଇଛି ।

ଅଷ୍ଟ୍ରେଲିଆକୁ 3-2ରେ ମାତ ଦେବା ସହ ଭାରତ 52 ବର୍ଷର ପରାଜୟ ଧାରା ଭାଙ୍ଗିଛି । ଶେଷଥର 1972 ମସିହାରେ ମ୍ୟୁନିକ୍‌ ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହାପରେ ପ୍ୟାରିସ ଅଲିମ୍ପିକ୍ସ 2024ରେ, ଅର୍ଥାତ 52 ବର୍ଷ ପରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଛି ଭାରତ ।

0 Comments