ପାଲେଷ୍ଟାଇନ୍‌ ନିୟନ୍ତ୍ରଣାଧୀନ ଆତଙ୍କୀ ଗୋଷ୍ଠୀ ‘ହମାସ’ର ଟପ୍‌ ଲିଡର ଇସ୍ମାଇଲ ହାନିୟେଙ୍କୁ ହତ୍ୟା କଲା ଇସ୍ରାଏଲ ସେନା । ଇରାନ ରାଜଧାନୀ ତେହେରାନରେ ସେ ରହୁଥିବା ଘରକୁ ଇସ୍ରାଏଲୀ ଫୋର୍ସ ଟାର୍ଗେଟ କରିଥିଲା । ଏଥିରେ ଜଣେ ଅଙ୍ଗରକ୍ଷୀଙ୍କ ସହ ହାନିୟେଙ୍କର ମୃତ୍ୟୁ ହୋଇଛି । ଏକଥା ଇରାନ ମଧ୍ୟ ସ୍ପଷ୍ଟ କରିଛି । ସ୍ଥାନୀୟ ସମୟ ଗତକାଲି ରାତି ପ୍ରାୟ 2ଟା ବେଳେ ଇସ୍ମାଇଲ ରହୁଥିବା ଘରକୁ ମିସାଇଲ ହିଟ୍‌ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସ । ଏହି ଆକ୍ସନ ପରେ ଏବେ ଇରାନ କ୍ଷୁବ୍ଧ ହୋଇଛି । ଗତବର୍ଷ ଅକ୍ଟୋବରରୁ ଗାଜା-ଇସ୍ରାଏଲ ଯୁଦ୍ଧ ପରଠାରୁ ଇସ୍ରାଏଲ ସ୍କାନରରେ ଥିଲେ ଏହି ଟପ୍‌ ପାଲେଷ୍ଟାଇନ ଲିଡର ।

ଗତବର୍ଷ ଠାରୁ ଇସ୍ମାଇଲ ଗାଜା ଛାଡି ସାରିଥିଲେ । ସେ ଅନ୍ୟ କୌଣସି ଆରବ ଦେଶରେ ଥିବା ଚର୍ଚ୍ଚା ହେଉଥିଲା । ନିକଟରେ ସେ ଇରାନ ଗସ୍ତ କରିଥିବା ଜଣାପଡିଥିଲା । ଗତକାଲି ଇରାନର ନବନିର୍ବାଚିତ ରାଷ୍ଟ୍ରପତି ମସୁଦ ପେଜେସକିଆନଙ୍କ ଶପଥ ଗ୍ରହଣ ସମାରୋହରେ ସେ ସାମିଲ ହୋଇଥିଲେ । ଏହା ପରେ ସେ ଇରାନ ସର୍ବୋଚ୍ଚ ନେତା ଆୟେତୁଲ୍ଲା ଖାମନେଇଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ରାତିରେ ତେହେରାନ ସ୍ଥିତ ବାସଭବନରେ ରାତ୍ରିଯାପନ କରିଥିଲେ । ରାତିରେ ଇସ୍ରାଏଲ ଫୋର୍ସ ଏକ ସିକ୍ରେଟ ଅପରେସନରେ ଏହି ଅଟ୍ଟାଳିକା ଉପରେ ଷ୍ଟ୍ରାଇକ୍‌ କରିଥିଲା । ଏଥିର

େ ଜଣେ ଅଙ୍ଗରକ୍ଷୀଙ୍କ ସହ ଇସ୍ମାଇଲଙ୍କର ମୃତ୍ୟୁ ହୋଇଛି ।

ଇରାନ ସେନା ‘ରିଭଲୋସୁନାରୀ ଗାର୍ଡ’ ଏକଥା ସ୍ବୀକାର କରିବା ସହ ପାଲେଷ୍ଟାଇନକୁ ସମବେଦନା ଜଣାଇଛି । ଏହି ଆକ୍ରମଣ ଇସ୍ରାଏଲ କରିଥିବା ଇରାନ ଅଭିଯୋଗ କରିଛି । ଲେବନନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ‘ଜିଜବୁଲ୍ଲା’ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲକୁ ଚେତାବନୀ ଦେଇଛି । ସେହିପରି ଇଜିପ୍ଟ ମଧ୍ୟ ଇସ୍ରାଏଲର ଏହି ଆକ୍ରମଣକୁ ନିନ୍ଦା କରିଛି ।

1948 ମସିହାରେ ଆସ୍କେଲନ (ବର୍ତ୍ତମାନ ଇସ୍ରାଏଲ୍ ଅଧିକୃତ ଅଞ୍ଚଳ)ରେ ଏକ ଆରବ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଇସ୍ମାଇଲ । ଏହି ଅଞ୍ଚଳ ଇସ୍ରାଏଲ ଦ୍ବାରା ଅଧିକୃତ ହେବା ପରେ ତାଙ୍କ ପରିବାର ସେଠାରୁ ଗାଜାକୁ ବିସ୍ଥାବିତ ହେବାକୁ ବାଧ୍ୟ ହୋଇଥିଲା । ଅଲ-ଶତି ଶରଣାର୍ଥୀ ଶିବିରରେ ତାଙ୍କ ପରିବାର ସଦସ୍ୟ କିଛି ବର୍ଷ ରହିଥିଲେ । ମିଳିତ ଜାତିସଂଘର ‘ରିଲିଫ ଆଣ୍ଡ ୱାର୍କ୍ସ ଏଜେନ୍ସି ଫର୍‌ ପାଲେଷ୍ଟାଇନ୍‌ ରିଫ୍ୟୁଜି’ (UNRWA) ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଇସ୍ମାଇଲ ପାଠ ପଢିଥିଲେ । 1981 ମସିହାରେ ଗାଜା ଇସଲାମିକ୍ ୟୁନିଭରସିଟିରେ ଆରବୀୟ ସାହିତ୍ୟରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାସହ ସେ ଛାତ୍ର ରାଜନୀତି ଓ ଇସ୍ରାଏଲ ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

0 Comments