ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା । ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ । ଏହାପରେ ସେନା ହାତକୁ ଗଲା କ୍ଷମତା ଡୋରି । ହସିନା ଅପରାହ୍ନ 2.30ଟା ସମୟରେ ସେ ବଙ୍ଗଭବନରୁ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଭଉଣୀ ଶେଖ ରିହାନାଙ୍କ ସହ ସେ ଦେଶ ଛାଡିଥିବା ନେଇ ବାଲାଂଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବାଲାଂଦେଶରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ଅନେକଙ୍କର ଜୀବନ ଗଲାଣି ।

ବିରୋଧ ପ୍ରଦର୍ଶନ ଭିତରେ ଅନେକଙ୍କ ଜୀବନ ଗଲାଣି । ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଶେଖ ହସିନା ପଦ ଛାଡିବା ପରେ ସେନା ହାତକୁ ଗଲା ସରକାର । ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ହଲ୍ଲାବୋଲ କରିଛନ୍ତି ବୋଲି ବାଂଲାଦେଶ ଗଣମାଧ୍ୟମ ରିପୋର୍

ଟ କରିଛି ।

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ଦେଶର ସାମରିକ ଶାସନ ଲାଗୁ ହୋଇଛି । ସେନା ହାତକୁ ଯାଇଛି କ୍ଷମତା । ବାଲାଂଦେଶ ସେନା ମୁଖ୍ୟ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଛନ୍ତି । "ଦେଶରେ ଶାନ୍ତି ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । କର୍ଫ୍ୟୁ କିମ୍ବା ଏମରଜେନ୍ସିର ଆବଶ୍ୟକତା ନାହିଁ । ରାତି ସୁଦ୍ଧା ସମାଧାନର ବାଟ ବାହାରିବ" ବୋଲି ସେନା ମୁଖ୍ୟ କହିଛନ୍ତି ।

ଗୋଟିଏ ପଟେ ଶେଖ ହସିନା ଦେଶ ଛାଡିବା ପରେ ଭାରତ ଆସିଥିବା କହିଯାଉଛି । ଅନ୍ୟପଟେ ବାଂଲାଦେଶରେ ଜାରି ରହିଥିବା ହିଂସା ପରିସ୍ଥିତିକୁ ନଜରରେ ରଖି ଭାରତ-ବାଲାଂଦେଶ ସୀମାରେ ହାଇଆଲର୍ଟ ଜାରି ହୋଇଛି ।

ହିଂସାକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ମଧ୍ୟରେ ରେଳ ଚଳାଚଳ ବାତିଲ ହୋଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା 15 ଦିନ ଯାଏଁ ଏହି ନିୟମ ବଳବତ୍ତର ରହିବ।

ହିଂସାରେ ଅଦ୍ୟାବଧି ୨୦୦ରୁ ଅଧିକ ମୃତ୍ୟୁ ହେଲାଣି, ମାତ୍ର ଏହି ସରକାରୀ ବିରୋଧୀ ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ 90ରୁ ଊର୍ଦ୍ଧ୍ବ ମୃତ୍ୟୁ ହୋଇଛି, ଏଥିରେ ଅନେକ ଆହତ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଢାକାର ମୁନିସଗଞ୍ଜ ଠାରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଯୁବୋ ଲିଗ୍

୧୯୭୧ରେ ବାଂଲାଦେଶ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା । ଏଥିରେ ଲଢେଇ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ଘୋଷଣା ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ଆଜି ସେ ଇସ୍ତଫା ଦେଇଛନ୍ତି।


0 Comments