କାଠମାଣ୍ଡୁ: 

ze: 17px;">ନେପାଳର ରାଜଧାନୀ କାଠମାଣ୍ଡୁରେ ଭୟଙ୍କର ବିମାନ ଦୁର୍ଘଟଣା । ଟେକ୍‌ ଅଫ୍ କରିବା ବେଳେ ରନ-ୱେରେ କ୍ରାସ ହେଲା ଯାତ୍ରାବାହୀ ବିମାନ । ଦୁର୍ଘଟଣାରେ ୧୮ ଜଣ ଯାତ୍ରୀ ଜଳିଯାଇଛନ୍ତି । ଆଜି (ବୁଧବାର) କାଠମାଣ୍ଡୁର ତ୍ରିଭୁବନ ବିମାନ ବନ୍ଦରରେ ଏହି ବଡ଼ ଅଘଟଣ ଘଟିଛି । ଏହି ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡାଣ ଭରୁଥିଲା । ଏଥିରେ କ୍ରୁ ମେମ୍ବରଙ୍କ ସମେତ ମୋଟ 18ଜଣ ଟେକ୍ନିକାଲ ଷ୍ଟାଫ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବିମାନଟି ‘ସୌର୍ଯ୍ୟ ଏୟାରଲାଇନ୍ସ’ର । ଆଜି ସକାଳେ ଏହି ବିମାନ ତ୍ରିଭୁବନ ଏୟାରପୋର୍ଟରୁ ପୋଖରାକୁ ଉଡାଣ ଭରିଥିଲା । ଏଥିରେ କେବଳ ଟେକ୍ନିକାଲ କର୍ମଚାରୀ ଯାତ୍ରା କରୁଥିଲେ । କେହି ସାଧାରଣ ଯାତ୍ରୀ ନଥିଲେ । ଦିନ ପ୍ରାୟ ୧୧ଟା ସମୟରେ ବିମାନ ଟେକ-ଅଫ୍ କରୁଥିବା ବେଳେ ହଠାତ୍ ରନୱେରେ ଖସି ପଡି ଜଳିଯାଇଥିଲା । ଯେଉଁ କାରଣରୁ ବିମାନରେ ଥିବା ସମସ୍ତ ୧୮ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । କେମିତି ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଛି ସ୍ପଷ୍ଟ ହୋଇନି । ଏବେ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏହା ପୂର୍ବରୁ ୨୦୨୩ ଜାନୁଆରୀରେ ନେପାଳ ପୋଖରାରେ ଏମିତି ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା । ୬୮ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଏକ ୟେତି ଏୟାରଲାଇନ୍ସ କ୍ରାସ ହୋଇଥିଲା । ଯେଉଁଥିରେ ସମସ୍ତ ୬୮ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲେ । ମୃତକଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ରହିଥିଲେ ।

0 Comments