--tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ପ୍ୟାରିସ (ଫ୍ରାନ୍ସ): ଚଳିତ ପ୍ୟାରିସ ଅଲିମ୍ପିକ୍ସରେ 50 ମିଟର ପୁରୁଷ ରାଇଫଲ 3 ପୋଜିସନ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଛନ୍ତି ସ୍ବପ୍ନୀଲ କୁସାଲେ । ଏହି ଇଭେଣ୍ଟରେ ପ୍ରଥମ ଥର ପାଇଁ ସେ ଦେଶ ପାଇଁ ଅଲିମ୍ପିକ୍ସ ମେଡାଲ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ପ୍ରଥମ ପଦକ ଏହି ଇଭେଣ୍ଟରେ । ଏହି ବିଜୟ ସହିତ କୁସାଲେ ଭାରତ ପାଇଁ 3ୟ ମେଡାଲ ଜିତିଛନ୍ତି ସୁଟିଂରେ । ଏପରିକି ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏହି ପଦକ ହିଁ ତୃତୀୟ ମେଡାଲ ।

ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର ସ୍ବପ୍ନୀଲଙ୍କ କ୍ୟାରିଅରର କାହାଣୀ ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିଅର ସହ ଲିଙ୍କ ରହିଛି । କାରଣ ଧୋନୀଙ୍କ ପରି କୁସାଲେ ମଧ୍ୟ ଭାରତୀୟ ରେଲଓ୍ବେରେ ଟିଟିଇ ଭାବେ କାର୍ଯ୍ୟରତ ରହିଛନ୍ତି । ସ୍ବପ୍ନୀଲଙ୍କ ଏହା ପ୍ରଥମ ଅଲିମ୍ପିକ୍ସ । ସେ ବର୍ତ୍ତମାନ ପୁଣେ ଡିଭିଜନ ରେଲଓ୍ବେରେ ଟିଟିଇ ଅଛନ୍ତି ।

0 Comments