ଘରକୁ ଆସୁଛି ଟ୍ରଫି । ଆସନ୍ତାକାଲି (ଗୁରୁବାର) ସକାଳ 6ଟା ସମୟରେ ଦିଲ୍ଲୀରେ ପହଞ୍ଚିବେ ବିଶ୍ବବିଜୟୀ । ସ୍ବତନ୍ତ୍ର ବିମାନରେ ଆସୁଛନ୍ତି ଟି-20 ବିଶ୍ବକପ୍ ଚମ୍ପିଆନ୍ ଟିମର ଖେଳାଳି । ଓ୍ବେଷ୍ଟ ଇଣ୍ଡିଜ ବାରବାଡସରେ ଫସିଥିବା ଟିମ୍ ଇଣ୍ଡିଆ ଖେଳାଳି ଫେରୁଛନ୍ତି ସ୍ବଦେଶ । ପ୍ରବଳ ଝଡ ତୁଫାନ ପାଇଁ ବରଲିରେ ଫସିଥିଲା ଟିମ୍ ଇଣ୍ଡିଆ ।

ତେବେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ପ୍ରୟାସ ପରେ ସ୍ବତନ୍ତ୍ର ଚାର୍ଟାଡ ବିମାନରେ ଆସୁଛନ୍ତି ଖେଳାଳି । ସୂଚନା ମୁତାବକ, ଝଡ ପାଇଁ ଟିମ୍ ଇଣ୍ଡିଆର ଉଡାଣରେ ବିଳମ୍ବ ହୋଇଥିଲା । ଏପଟେ ଟିମ୍ ସହିତ ଫସିଥିବା ଭାରତୀୟ ସାମ୍ବାଦିକଗଣଙ୍କୁ ମଧ୍ୟ ଫେରିବାର ସୁଯୋଗ ପ୍ରଦାନ କରିଛନ୍ତି ଜୟ ଶାହ । ସମାନ ବିମାନରେ ଉଭୟ ଖେଳାଳି ଏବଂ ଦେଶର ବିଭିନ୍ନ ଗଣମାଧ୍ୟମର କ୍ରୀଡା ସାମ୍ବାଦିକ ମଧ୍ୟ ଭାରତ ଫେରିବେ ।

17 ବର୍ଷ ଅପେକ୍ଷାର ଅନ୍ତ

ଟିଛି । ଆଇସିସି ଟି-20 ବିଶ୍ବକପରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ଗତ ଶନିବାର ହାଇଭୋଲଟେଜ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଝଡ ତୁଫାନ ପାଇଁ ଫସିଥିଲା ରୋହିତ ବ୍ରିଗେଡ୍ । ତେବେ ଆଜି ବିସିସିଆଇ ସୋସିଆଲ ମିଡିଆ ଏକ୍ସରେ ଘରକୁ ଆସୁଛି ଟ୍ରଫି ଲେଖି ଟି-20 ଆଇସିସି ଟ୍ରଫି ଭିଡିଓ ପୋଷ୍ଟ କରୁଛି । ଭାରତ ଫେରିବା ପରେ ଜୋରଦାର ସେଲିବ୍ରେସନ ହେବ ବୋଲି ଏହା ସୂଚନା ଦେଉଛି । ଏହା ପୂର୍ବରୁ ବିସିସିଆଇ କ୍ରିକେଟରଙ୍କ ପାଇଁ ଟଙ୍କାର ବର୍ଷା କରିଥିଲା । 125 କୋଟି ପୁରସ୍କାର ରାଶି ଘୋଷଣା କରିଥିଲା ।

ଫାଇନାଲ ମ୍ୟାଚ ପରେ ଓ୍ବେଷ୍ଟଇଣ୍ଡିଜରେ ବାରବାଡୋସରେ ଭୟଙ୍କର ରୂପ ନେଲା ଘୂର୍ଣ୍ଣିଝଡ ବେରିଲ । ଘୂର୍ଣ୍ଣିଝଡରେ ଫସିଲା ଟିମ୍‌ ଇଣ୍ଡିଆ । ବାତ୍ୟା ଭିତରେ ଟିମ ଇଣ୍ଡିଆ ଖେଳାଳି କେମିତି ସ୍ବଦେଶ ଫେରିବେ ସେନେଇ ଚିନ୍ତା ବଢିଥିଲା । ବାରବାଡୋସରେ ବାତ୍ୟା ଯୋଗୁଁ ବିମାନ ଉଡାଣ ବନ୍ଦ ରହିଥିଲା । ଖେଳାଳିଙ୍କୁ ଭାରତକୁ ଫେରିଇ ଆଣିବା ପାଇଁ ଦିଲ୍ଲୀକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଏକ ଚାର୍ଟାଡ୍ ବିମାନ ଆଣିବାକୁ ବିସିସିଆଇ ଉଦ୍ୟମ କରିଥିଲା ।

0 Comments