ପ୍ୟାରିସ (ଫ୍ରାନ୍ସ): ପ୍ୟାରିସରୁ ଆସିଲା ପ୍ରଥମ ମେଡାଲ ।

--tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଶୁଟର ମନୁ ଭାକର 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ରେ ଜିଛନ୍ତି ବ୍ରୋଞ୍ଜ ମେଡାଲ । ଗତ 20 ବର୍ଷରେ ଏକ ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ହୋଇଥିବାବେଳେ ଏଠାରେ କାଂସ୍ୟ ଜିତି ରଚିଛନ୍ତି ଇତିହାସ ।

ମନୁ ଭାକର ଫାଇନାଲରେ 221.7 ପଏଣ୍ଟ ହାସଲ କରି ଭାରତକୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ପ୍ରଥମ ପଦକ ଦେଇଛନ୍ତି । ଏହି ଇଭେଣ୍ଟରେ ଅଲିମ୍ପିକ୍‌ ରେକର୍ଡ ସ୍କୋର 243.2 ପଏଣ୍ଟ ସହ ଦକ୍ଷିଣ କୋରିଆର ଓହ ୟେ ଜିନ୍‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟ ଜଣେ କୋରିଆନ୍ କି ୟେଜିନ୍ 241.3 ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଛନ୍ତି ।

ମନୁ ଭାକର ମ୍ୟାଚ୍‌ ଆରମ୍ଭରୁ ହିଁ ନିଜର ଜବରଦସ୍ତ ପ୍ରଦର୍ଶନ କରିଥିଲେ ଏବଂ 5 ସଟ୍‌ ପରେ 50.4 ସ୍କୋର କରି କୋରିଆ ପରେ ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହାପରେ ମଧ୍ୟ ମନୁ ତାଙ୍କର ଉତ୍କୃଷ୍ଟ ଫର୍ମ ଜାରି ରଖିଥିଲେ ଏବଂ 10ଟି ସଟ୍‌ ପରେ 100.3 ପଏଣ୍ଟ ସହ ମନୁ ଭାକର ଦୁଇ କୋରିଆ ଖେଳାଳିଙ୍କ ପରେ ତୃତୀୟ ସ୍ଥାନରେ ରହିଥିଲେ । ଏହାପରେ, 15ଟି ସଟ୍‌ ପରେ ତାଙ୍କ ସ୍କୋର 150.7 ଥିଲା ଏବଂ ସେ ତୃତୀୟ ସ୍ଥାନରେ ରହିଥିଲେ । 20 ସଟ୍‌ ପରେ ମନୁ 201.3 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହି ଦେଶ ପାଇଁ ବ୍ରୋଞ୍ଜ ପଦକ ସୁରକ୍ଷିତ କରିଥିଲେ ।

0 Comments