ଓମାନ ଉପକୂଳରେ ଏକ ଜୈଳ ଭର୍ତ୍ତି ଜାହାଜ ବୁଡି ଯାଇଛି । ଏଥିରେ 13 ଭାରତୀୟଙ୍କ ସମେତ ନାବିକ ଓ ଅନ୍ୟ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ମୋଟ 16ଜଣ କର୍ମଚାରୀ ଥିଲେ । ସମସ୍ତେ ନିଖୋଜ ହୋଇଯାଇଛନ୍ତି । ଓମାନ ପକୂଳରୁ 25 ନଟିକାଲ ମାଇଲସ ଦୂରରେ ଗତକାଲି ଏହି ଅଘଟଣ ଘଟିଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ବୁଡିଯାଇଥିବା ଜାହାଜ ଓ ସେଥିରେ ଥିବା ନାବିକଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏଥିରେ ଏକାଧିକ ଦେଶର ନୌସେନା ନିୟୋଜିତ ହୋଇଛନ୍ତି ।

ଏହି ଜାହାଜଟି ପୂର୍ବ-ଆଫ୍ରିକୀୟ ଦେଶ କୋମରସର ଥିଲା । ଏହା ଓମାନ ବନ୍ଦରରୁ ବାହାରି ୟେମାନ ଅଭିମୁଖେ ଯାତ୍ରା କରିଥିଲା । ଆରବ ସାଗରରେ ଓମାନ ଉପକୂଳରୁ ପ୍ରାୟ 25 ସାମୁଦ୍ରିକ ମାଇଲ ଦୂରରେ ଥିବା ଏହି ଜାହାଜ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା । ପରେ ଜାହାଜଟି ବୁଡି ଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଏବେ 16 ନାବିକ ନିଖୋଜ ହେବା ସହ ପରିବେଶ ପ୍ରଦୂଷଣ ଚିନ୍ତା ମଧ୍ୟ ବଢିଛି । ଉକ୍

ଜାହାଜଟି ଏକ ତୈଳ ଟ୍ୟାଙ୍କର ହୋଇଥିବା କାରଣରୁ ଏଥିରେ ଭାରି ମାତ୍ରାରେ ତୈଳ ଗଚ୍ଛିତ ରହିଥିଲା । ଯାହା ଲିକ ହେବାର ଆଶଙ୍କା ଯଥେଷ୍ଟ ଆଶଙ୍କା ରହିଛି । ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ତୈଳ ଟ୍ୟାଙ୍କରଟି ପାଣିରେ ବୁଡିଯାଇଛି । ତେବେ ତେଲ ଲିକ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ । ଜାହାଜକୁ ଠାବ କରାଯିବା ପରେ ଏଥିରୁ ତେଲ ଲିକ୍‌ ହେବା ସମ୍ପର୍କରେ ଜଣାପଡିବ ।

ସୂଚନା ଅନୁସାରେ, ଓମାନର ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା ଡୁକମ ପୋର୍ଟରୁ ଏହା ଯାତ୍ରା ଆରମ୍ଭ କରିଥିଲା । ଏହି ଅଏଲ ଭେସେଲକୁ 2007 ରେ ନିର୍ମାଣ କରାଯାଇଥିଲା । ଏହାର ଲମ୍ବ 117 ମିଟର ହୋଇଥିବା ନେଇ ଜଣାପଡିଛି । ଚଳିତବର୍ଷ ପ୍ରାରମ୍ଭରେ ଆରବ ସାଗରରେ ଓମାନ ଓ ୟେମାନ ଉପକୂଳରେ ଜାହାଜ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ୟେମେନର ‘ହୁତି’ ଆତଙ୍କବାଦୀ ସଂଗଠନ ଏକାଧିକ ଦେଶର ଜାହାଜ ଆକ୍ରମଣ କରିଥିଲେ । ଏକ ଇସ୍ରାଏଲୀ ଜାହାଜକୁ ହୁତି ଆତଙ୍କୀ ଗୋଷ୍ଠୀ ଅପହରଣ ମଧ୍ୟ କରିଥିଲା । ଏହାକୁ ଇରାନ ନିର୍ଦ୍ଦେଶରେ କରାଯାଇଥିବା ଜଣାପଡିଥିଲା ।

0 Comments