ପୁରୀ: ଚଳିତ ମାସ ଶେଷ ହେବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର କା

ର୍ଯ୍ୟକାଳ ଅବଧି । ନୂଆ ପରିଚାଳନା କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ଅବଗତ କରାଯାଇଛି ।‌ କେଉଁ ଆଧାରରେ ଏବଂ କିଭଳି ଭାବେ ନୂତନ ପରିଚାଳନା କମିଟି ସଦସ୍ୟଙ୍କ ମନୋନୟନ ହେବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାଜ୍ୟ ଆଇନ୍ ବିଭାଗ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

ଆଇନ୍ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅନୁସାରେ ମହାପ୍ରଭୁଙ୍କର ଅଧିକାଂଶ ସେବାପୂଜାରେ ପ୍ରମୁଖ ଭୂମିକା ଥିବା ସେବାୟତ ନିଯୋଗରୁ ଦୁଇଜଣ ଲେଖାଏଁ ସଦସ୍ୟଙ୍କ ନାମ ଉକ୍ତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିଶ କରିବାକୁ ଅନୁରୋଧ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବିଭିନ୍ନ ନିଯୋଗରୁ ସୁପାରିଶ ହୋଇଥିବା ନାମ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଦଶ ଜଣିଆ ସଦସ୍ୟ ସୂଚି ପ୍ରସ୍ତୁତ କରିବେ । ଯଦି ନାମ ଚୟନ ନେଇ କୌଣସି ଅସୁବିଧା ହୁଏ ,ତେବେ ଲଟେରୀ ମାଧ୍ୟମରେ ନାମ ଚୟନ କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରମୁଖ ସେବାୟତ ନିଯୋଗକୁ ରୋଟେସନ୍ ପଦ୍ଧତିରେ ସ୍ଥାନ ଦିଆଯିବାକୁ ଚିଠିରେ ମଧ୍ୟ ଉଲ୍ଲେଖ ରହିଛି । କୌଣସି ନିଯୋଗରୁ ଦୁଇଜଣ ବ୍ୟକ୍ତି ପରିଚାଳନା କମିଟିକୁ ମନୋନୀତ ହୋଇପାରିବେ ନାହିଁ । ସେହିପରି କୌଣସି ବ୍ୟକ୍ତି ଯଦି ଲଗାତାର ଦୁଇଥର ପରିଚାଳନା କମିଟିରେ ସଦସ୍ୟ ହୋଇଥିବେ ତାଙ୍କୁ ଆଉ ମନୋନୀତ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନାମଗୁଡ଼ିକ ମନୋନୀତ କରିବା ପରେ ଗୋପନୀୟ ଭାବେ ସରକାରଙ୍କୁ ପ୍ରଦାନ କରିବେ । ପରେ ଆଇନ୍ ବିଭାଗ ଆବଶ୍ୟକ ସଦସ୍ୟ ମନୋନୀତ କରି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ।


0 Comments