ପୁରୀ: ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସମୁଦ୍ର ଉପକୂଳରେ ଅନୁଷ୍ଠିତ ହେବାକୁ ଯାଉଛି ନୌସେନା ଦିବସ । ଯୁଦ୍ଧର ବିଭିନ୍ନ କଳା କୌଶଳ ଦେଖିବେ ଦେଶବାସୀ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହି ଅବସରର

େ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ । ପୁରୀ ବେଳାଭୂମିରେ ନୌସେନା ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ଲାଗି ଅନୁଷ୍ଠିତ ହେଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ । ପୁରୀ ଜିଲ୍ଲା ପ୍ରଶାସନ ନୌସେନାକୁ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଭାରତୀୟ ନୌସେନା ଅଧିକାରୀ ବୀରଜ ଚୌଧୁରୀ କହିଛନ୍ତି, "ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ । ବାୟୁସେନାର ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ' କରିବା ସହ କମାଣ୍ଡୋମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ । ଭାରତୀୟ ନୌସେନା ନିଜର ପରାକାଷ୍ଠା ପ୍ରଦର୍ଶନ କରିବ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଥିବା ବେଳେ ସାଧାରଣ ଲୋକମାନେ ସମୁଦ୍ର କୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳା କୌଶଳ ଦେଖି ଅଭିଜ୍ଞତା ହାସଲ କରିପାରିବେ । ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ସମୁଦ୍ର ତଟକୁ ସରସ୍ଵତୀ, ଜଲାସ୍ବା, ସନ୍ଧାୟକ ଭଳି ୫ଟି ଯୁଦ୍ଧ ଜାହାଜ ଆସି ସର୍ଭେ ଆରମ୍ଭ କରିଛନ୍ତି ।

ସମୁଦ୍ରର କେଉଁ ଅଞ୍ଚଳରେ କେତେ ଗଭୀରତା ରହିଛି, କେଉଁ ସ୍ଥାନରେ କେଉଁ ଜାହାଜ ଅବସ୍ଥାନ କରିପାରିବ ସେ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି । ତେଣୁ ଏଥର ଓଡ଼ିଶାବାସୀ ପୁରୀ ସମୁଦ୍ର କୂଳରେ ଏକ ନିଆରା ଅନୁଭୂତି ପାଇବେ ବୋଲି କହିଛନ୍ତି ଭାରତୀୟ ନୌସେନାର ଅଧିକାରୀ । ଆଗାମୀ ଡିସେମ୍ବର ୪ ତାରିଖରେ ଓଡ଼ିଶା ବାସୀ ଭାରତୀୟ ନୌସେନାର କଳା କୌଶଳ ଦେଖିବା ସହ ଏକ ନୂଆ ଅନୁଭୂତି ପାଇବେ ବୋଲି ନୌସେନା ଅଧିକାରୀ କହିଥିବା ବେଳେ ପର୍ଯ୍ୟଟକମାନେ ମଧ୍ୟ ଏହି ଯୁଦ୍ଧ ଜାହାଜ ଦେଖି ବେଶ ଉତ୍ସାହିତ ହୋଇପଡିଛନ୍ତି ।

0 Comments