ପୁରୀ: ସରିଲା ଭିତର ରତ୍ନ ଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା । ଦୀର୍ଘ ସାଢେ 7 ଘଣ୍ଟା ପରେ ଭିତର ରତ୍ନ ଭଣ୍ଡାରରୁ ବାହାରିଲେ 11 ଜଣିଆ କମିଟି । ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲି ଭିତର ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିବା ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା । ସମସ୍ତ ଆଲମାରି ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଛି । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଛି ବୋଲି ଜଷ୍ଟିସ ରଥ ସୂଚନା ଦେଇଛନ୍ତି ।

style="font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୁରୁଖୁରୁରେ ଶେଷ ହୋଇଛି । ଭିତର ରତ୍ନ ଭଣ୍ଡାରରୁ ସମସ୍ତ ରତ୍ନ ଅଳଙ୍କାର ଅସ୍ଥାୟୀ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରଣ କରାଯାଇଛି ।" ସେହିପରି ଏ ନେଇ ଜଷ୍ଟିସ ରଥ କହିଛନ୍ତି, " ଆମେ 9ଟା 51ରେ ଚାବି ଖୋଲାଯାଇଥିଲା । ଦୀର୍ଘ ସାଢେ 7ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଛି । ସମସ୍ତଙ୍କ ସହାୟତାରେ ଅକ୍ଳାନ୍ତ ପରିଶ୍ରମ ଦ୍ବାରା ଏହି କାର୍ଯ୍ୟ ଶେଷ ହୋଇଛି । କେବଳ ବିଦ୍ୟୁତ କର୍ମଚାରୀଙ୍କ ସହାୟତା ଆବଶ୍ୟକ ପଡ଼ିଥିଲା । ଅନ୍ୟ କାହାର ଆବଶ୍ୟକତା ପଡ଼ିନି । ଭିତର ରତ୍ନ ଭଣ୍ଡାରରେ ଯେଉଁଭଳି ରତ୍ନ ଅଳଙ୍କାର ଥିଲା ସେହିପରି ଭାବରେ ସ୍ଥାନାନ୍ତର କରାଯାଇଛି ।"

ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ସୂଚନା ଅନୁସାରେ, 3 ସିନ୍ଦୁକ ଓ 4 ଆଲମାରୀରେ ଅଳଙ୍କାର ଥିଲା । ଭିତର ରତ୍ନଭଣ୍ଡାରରେ ମୋଟ ୭ଟି ସିନ୍ଦୁକ ଓ ଆଲମାରୀ ଥିଲା । ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା । ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା । ଯେଉଁ ସିନ୍ଦୁକରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ରଖାଯାଇଥିଲା । ଏସ୍‌ଓପି ଅନୁଯାୟୀ ସମସ୍ତ ନୂଆ କଣ୍ଟେନରରେ ତାଲା ପକାଯାଇଥିଲା ।"

ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ନେଇ ବଡ଼ ଖୁଲାସା କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ । ଗୁପ୍ତ ସୁଡ଼ଙ୍ଗ ଏକ ମନଗଢା କଥା ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ । ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ନାହିଁ ବୋଲି କହିଛନ୍ତି ଜଷ୍ଟିସ ରଥ ।

ସୂଚନା ଥାଉ କି ପୂର୍ବରୁ ଗତ ୧୪ ତାରିଖ ଦିନ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ମାତ୍ର ୧୧ ଜଣିଆ ପ୍ରତିନିଧି ଦଳ ଭିତର ଭଣ୍ଡାରରେ ଥିବା ସିନ୍ଦୁକ ଓ ଆଲମିରା ଖୋଲିନଥିଲେ । ତେଣୁ ଆଜି ପୂର୍ବ ଏସଓପି ଅନୁସାରେ ଆଉ ଥରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟି ନିଷ୍ପତ୍ତି ନେଇଥିଲା ।

0 Comments