ପୁରୀ: ଆଜି ବସିଥିଲା ବିଜେପିର କାର୍ଯ୍ୟକାରିଣୀ ବୈଠକ । ପ୍ରଥମ ଦିନରେ ବୈଠକର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନଡ୍ଡା ।

a(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ପୁରୀ କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ବକ୍ତବ୍ୟରେ କହିଛନ୍ତି,"ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ । ଓଡ଼ିଶାକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡ଼ିବ ନାହିଁ ବିଜେପି । ଲୋକସଭା ସିଟ୍‌ ଡବଲ କରିବାକୁ କହିଥିଲି, ଆପଣମାନେ ୨୦ ସିଟ୍‌ ଦେଲେ । ଲୋକସଭା ପାଇଁ ୪୫% ଭୋଟ୍‌ ଦେଲେ, ଆପଣମାନଙ୍କୁ କୃତଜ୍ଞତା । ବିଧାନସଭାରେ ୪୦.୭% ଭୋଟ୍‌ ସହ ସରକାର ଗଠନର ସୁଯୋଗ ଦେଲେ ।"

କଂଗ୍ରେସକୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, "ଯେଉଁମାନେ ସମ୍ବିଧାନ କ'ଣ ଜାଣିନାହାନ୍ତି ସେମାନେ ସମ୍ବିଧାନ କଥା କହୁଛନ୍ତି । ରାହୁଲଙ୍କ ଜେଜେମା ତତ୍କାଳୀନ ପ୍ରଧାନମନ୍ତ୍ରୀ ଥିବାବେଳେ ଏମରଜେନ୍ସି ଘୋଷଣା କରି ସମ୍ବିଧାନର ହତ୍ୟା କରିଥିଲେ ।" ସେହିପରି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ଟାର୍ଗେଟ କରିଛଇ ବିଜେପି । ଅନ୍ୟପଟେ ବିଜେପି ଓଡ଼ିଶାରେ ସରକାର କରିବା ପ୍ରସଙ୍ଗରେ ଜେପି ନଡ୍ଡା କହିଛନ୍ତି, "ମୋହନ ସରକାରଙ୍କ ଏକ ମାସର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ । ମାସକ ଭିତରେ ମୋହନ ସରକାର ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି ସେଥିପାଇଁ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି । ପୁରୀରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକରେ ଏ ବିଷୟରେ ନିଷ୍ପତ୍ତି ହୋଇଥିଲା । ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସମେତ ପଦାଧିକାରୀମାନେ ଏଥିରେ ଯୋଗ ଦେଇଥିଲେ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ବାକି ପ୍ରତିଶ୍ରୁତି ପୂରଣ କରିବା ପାଇଁ ବୈଠକରେ ଆଲୋଚନା ମଧ୍ୟ ହୋଇଛି ।"

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସାଂସଦ ଅପରାଜିତା ଷଡଙ୍ଗୀ । ସରକାରକୁ ଆସିଥିବାରୁ ଜେପି ନଡ୍ଡା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିବା ସେମାନେ କହିଛନ୍ତି । ବିଜେପିର ଏହି କାର୍ଯ୍ୟକାରିଣୀ ବୈଠକ ଦୁଇ ଦିନ ହେବାକୁ ଥିବାବେଳେ ଆସନ୍ତାକାଲି ମଧ୍ୟ ବସିବ ବୈଠକ । ସେପଟେ ବୈଠକ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, "ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ ପରେ ପ୍ରଥମ ଥର କାର୍ଯ୍ୟକାରିଣୀ ବୈଠକ ହୋଇଛି । କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଏବଂ ବିଶ୍ୱାସ ଯୋଗୁଁ ବିଜେପି ସଫଳତା ପାଇଲା । ସେଥିପାଇଁ ସବୁ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ସଭାପତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କ କାମରେ ସନ୍ତୋଷ ପ୍ରକାଶ କରିଛନ୍ତି ।"

ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା, ଧାନ କୁଇଣ୍ଟାଲ 3ହଜାର 100 ଟଙ୍କା ଭଳି ନିଷ୍ପତ୍ତି ନେଇଛନ୍ତି ସରକାର । 100 ଦିନ ଭିତରେ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ହେବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସଙ୍ଗଠନ ମଜବୁତ କରିବା ପାଇଁ ଆହ୍ଵାନ କରୁଛି । ଯୁବକ, ମହିଳା, ଗରିବ ଏବଂ କୃଷକ ମାନଙ୍କୁ ଗୁରୁତ୍ଵ ଦେଇ କାମ ହେବ । ଦାଦନ ସମସ୍ୟା ଦୂର କରିବା ପାଇଁ ଯୋଜନା ପ୍ରସ୍ତୁତ ହେବ । ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ଶିକ୍ଷକ ନିଯୁକ୍ତି କରାଯିବ ।" ବିଜେଡି ସରକାରରେ ହୋଇଥିବା ଦୁର୍ନୀତି ଗୁଡ଼ିକ ଉପରେ କାର୍ଯ୍ୟନୁଷ୍ଠାନ ହେବ କି ନାହିଁ? ପ୍ରଶ୍ନରେ ମନମୋହନ କହିଛନ୍ତି, "ଆଇନର ଉର୍ଦ୍ଧ୍ବରେ କେହି ନାହାନ୍ତି । ଯିଏ ବି ହୁଅନ୍ତୁ, କାର୍ଯ୍ୟନୁଷ୍ଠାନ ନେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।"

0 Comments