ପୁରୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିବା ଆରମ୍ଭ କରିଛି ବିଜେପି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବିଜେପି କାର୍ଯ୍ୟ କରୁଛି । ତେବେ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ଦର୍ଶନ ସାରି ଫେରିବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧ

ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଜି ଭାଗ୍ୟରେ ଥିବାରୁ ମହାପ୍ରଭୁଙ୍କର ଭଲରେ ଦର୍ଶନ ହେଲା । ତିନି ଠାକୁରଙ୍କ ଦର୍ଶନ ମିଳିବା ଅତ୍ୟନ୍ତ ଭାଗ୍ୟର କଥା । ଓଡିଶାରେ ଆସୁଥିବା ବିଜେପି ସରକାର ଧୀରେ ଧୀରେ ସବୁ ଦାୟିତ୍ଵକୁ ପୁରା କରିବା ଆରମ୍ଭ କରିଛି । ଓଡିଶାର ମାତୃଶକ୍ତିକୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କା ମହିଳାଙ୍କୁ ଦେବା ପାଇଁ ଆମେ ଦାୟିତ୍ଵ ନେଇଥିଲୁ । ଓଡ଼ିଆ ଲୋକମାନେ ଏହାକୁ ଭରସା କରିଥିଲେ । ଆଗାମୀ 17 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏହି ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ କରିବାକୁ ଓଡିଶାର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ ଓ ପ୍ରଧାନମନ୍ତ୍ରୀ ଏହାକୁ ସ୍ଵୀକୃତି ଦେଇଛନ୍ତି ।"

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶାର ଏହି ଯୋଜନାର SOP ପ୍ରକାଶ କରିଛନ୍ତି । ସୁଭଦ୍ରା ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ କୋଟି ମହିଳାଙ୍କୁ ବର୍ଷକୁ 10 ହଜାର ଏବଂ 5 ବର୍ଷରେ 50 ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଦେବା ପାଇଁ ରାଜ୍ୟ ସରକାର ଦାୟିତ୍ଵ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ରହିଛି 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଛନ୍ତି । ଓଡିଶାରେ ମହିଳାଙ୍କ ଉନ୍ନତୀ ପାଇଁ, ଗାଁରେ ରହୁଥିବା ମହିଳାଙ୍କ ସଶକ୍ତିକରଣ ପାଇଁ ଏହି ସୁଭଦ୍ରା ଯୋଜନା କରାଯାଇଛି । ଏହା ଦ୍ବାରା ଗାଁର ବି ବିକାଶ ହେବ । ଅନେକ ପ୍ରତିଶୃତି ଓ ଦାୟିତ୍ଵ ପାଳନ କରିବାର ଅଛି ।"

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ପୁରୀ ଯୋଗୁଁ ଆମେ ସମସ୍ତେ, ଆମ ମହାପ୍ରଭୁଙ୍କ ଯୋଗୁଁ ଆମେ ସମସ୍ତେ । ଏହାର ମହିମା ଆହୁରି ବଢ଼ୁ । ପୁରୀକୁ ଅତ୍ୟାଧୁନିକ, ଆଧ୍ୟାତ୍ମିକ ସହର କରିବା ପାଇଁ ଯାହା ଦରକାର ତାହା କରିବା ପାଇଁ ଆମ ସରକାର ବଦ୍ଧପରିକର । ତେବେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଜ ହେବ । ରତ୍ନ ଅଳଙ୍କାର ଗଣତି ମଣତି ହେବ ବୋଲି ବିଜେପି କହିଥିଲା । ତାହା ପାଳନ କରାଯାଇଛି । ASI ଯାଞ୍ଚ କରିବା ପାଇଁ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି । ଏଏସଆଇ ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବ । ରାଜ୍ୟ ସରକାର ରତ୍ନ ଅଳଙ୍କାରର ଗଣତି କରି ଏହା ପୂର୍ବ ତାଲିକା ଅନୁଯାୟୀ ସବୁ ଠିକ୍ ଅଛି କି ନାହିଁ ତାହା କରିବେ ।"

0 Comments