ଆମେରିକା ରାଷ୍ଟ୍ରପତି ରେସରୁ ଓହରିଲେ ଜୋ ବାଇଡେନ । ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଡେମୋକ୍ରାଟିକ୍ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ନୋମିନେଟ୍ କରିଛନ୍ତି ବାଇଡେନ୍ । 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନିଂରୁ ମଧ୍ୟ ନିଜେ ବାଇଡେନ୍ ଓହରି ଯାଇଛନ୍ତି । ବାଇଡେନ୍ 2024 ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦ୍ବିତୀୟ ଥର ରାଷ୍ଟ୍ରପତି ପାଇଁ ନିର୍ବାଚନ ଲଢୁଥିଲେ । ସୋସିଆଲ ମିଡିଆ ‘ଏକ୍ସ’ରେ ବାଇଡେନ ଏହି ବଡ ସୂଚନା ଦେବା ସହିତ ଚର୍ଚ୍ଚା ଆକଳନକୁ ସଠିକ ସାବ୍ୟସ୍ତ କରିଛନ୍ତି । ସେ ଲେଖିଛନ୍ତି, ଆମ ଦଳ ଏବଂ ଆମେରିକାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଁ ଏହି ନିଷ୍ପତ୍ତି ନେଇଛି । ତେବେ ନିର୍ବାଚନକୁ ଆଉ 4 ମାସ ରହିଥିବା ବେଳେ ଡେମୋକ୍ରାଟିକ ଦଳର ନୂଆ ରାଷ୍ଟ୍ରପତି ଚେହେରା ହାରିସ ବର୍ତ୍ତମାନ ରିପବ୍ଲିକାନ ହେଭିଓ୍ବେଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଲଢେଇ କରିବେ ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିଲେ ଜୋ ବାଇଡେନ । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ପ୍ରାର୍ଥୀ ପାଇଁ ସୁପାରିସ କଲେ ବାଇଡେନ । ଡେମୋକ୍ରାଟ ପକ୍ଷରୁ ପ୍ରାର୍ଥୀ ହୋଇପାରନ୍ତି କମଳା ହାରିସ । ରିପବ୍ଲିକାନ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡୋନାଲଡ ଟ୍ରମ୍ପ । ଏପଟେ ବାଇଡେନଙ୍କୁ ପ୍ରଶଂସା କଲେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା । ରାଷ୍ଟ୍ରପତି ରେସ୍‌ରୁ ଓହରିବା ନିଷ୍ପ

ତ୍ତିକୁ ସମର୍ଥନ କଲେ ଓବାମା ।

ଚାପରେ ଚେପା ହୋଇଗଲେ ବାଇଡେନ ! ରାଷ୍ଟ୍ରପତି ନିର୍ବାଚନ ଡିବେଟରେ ଖରାପ ପ୍ରଦର୍ଶନ ପରେ ଟ୍ରମ୍ପକୁ ଗୁଳିମାଡ ପ୍ରସଙ୍ଗରେ ବ୍ୟାକଫୁଟ୍ ରେ ଥିବା ବାଇଡେନ ବଡ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ନର୍ବାଚନ 2024 ରେସରୁ ନିଜେ ଓହରି ଯାଇଛନ୍ତି । ଏହାସହିତ ଉପ ରାଷ୍ଟ୍ରପତି କମଳା ହାରିସଙ୍କ ନାମକୁ ଦଳର ନୂଆ ରାଷ୍ଟ୍ରପତି ଚେହେରା ଭାବେ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ନିର୍ବାଚନ କ୍ୟାମ୍ପେନିଂ ବନ୍ଦ କରି ନିଜର ଆଗାମୀ ପଦକ୍ଷେପ କଣ ଜାଣିବା ପାଇଁ ଦେଶବାସୀଙ୍କୁ ଅପେକ୍ଷା କରିବାକୁ କହିଛନ୍ତି । ସେ ପୁଣି କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ଟ୍ରମ୍ପଙ୍କୁ ହରାଇବାର । ଚାଲ ଆମେ ସମସ୍ତେ ମିଶିକି ହରାଇବା । ମୁଁ ଏହି ନିଷ୍ପତ୍ତି ଆମ ଦଳ ଏବଂ ଦେଶବାସୀଙ୍କୁ ସ୍ବାର୍ଥକୁ ଦୃଷ୍ଟିରେ ରଖିକି କରିଛି ବୋଲି କହିଛନ୍ତି ବାଇଡେନ ।

ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ବାଇଡେନ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ମୁଁ ଦେଶବାସୀଙ୍କ ପାଖରେ ଋଣି । ରାଷ୍ଟ୍ରପତି ଭାବେ ବହୁତ ଭଲ କାର୍ଯ୍ୟ କରିଛି । ଦେଶକୁ ଆଗକୁ ନେଇଛି । ମୁଁ ମୋର ରାଷ୍ଟ୍ରପତି ଭାବେ ବାକିଥିବା ସମୟକୁ ସ୍ବଚାରୁ ରୂପେ କାର୍ଯ୍ୟ କରିବି । ଆମେରିକା ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ । ଆମ ଅର୍ଥନୀତି ସବୁଠୁ ଆଗରେ । ଆମେ ସବୁକିଛି କରିପାରିବା ବୋଲି କହିଛନ୍ତି ବାଇଡେନ ।

0 Comments