ହରିଚନ୍ଦନପୁର କଲ୍ୟାଣମଣ୍ଡପ ଠାରେ ବ୍ଲକର ସମସ୍ତ ପଞ୍ଚାୟତରୁ ଶିଶୁ ଅଧିକାର ସୁରକ୍ଷା ସମିତି ସଭ୍ୟ/ସଭ୍ୟା ମାନେ ଯୋଗ ଦେଇଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ସୁବ୍ରତ ସେଠୀ ସଭା ପରିଚାଳନା କରିଥିଲେ ଓ ବ୍ଲକ୍ ସଂଯୋଜକ ଅଶୋକ କୁମାର ସାହୁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ  ହୋଇଥିଲା । ମହାତ୍ମାଗାନ୍ଧୀଙ୍କ ଫୋଟୋଚିତ୍ର ରେ ଧୂପ ପୁଷ୍ପ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା। ଆସ୍ପାୟାରର କାର୍ଯ୍ୟ ପରିଧି, ସଂସ୍ଥା ର କାର୍ଯ୍ୟ ଲକ୍ଷ ଓ ଉଦ୍ଦେଶ୍ୟକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ ପରେ ଶିଶୁ ଅଧିକାର, ଶିକ୍ଷା ଆଇନ ଅଧିନିୟମ, ଗୁଣବତ୍ତାପୂର୍ଣ୍ଣ ଶିକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଗ୍ର

ମ୍ୟ ଶିକ୍ଷା ପଞ୍ଜିକା ବିଷୟରେ  ଆଲୋଚନା ସହ ପରିବର୍ତ୍ତନ ଦିଗରେ ଯୋଜନା ମାନ ପ୍ରସ୍ତୁତ କରାଯାଇଛି । ସମାଜରୁ କୁପ୍ରଥାର ବିଲୋପ ପାଇଁ ଆଗୁଆ ହେବାକୁ ଉପସ୍ଥିତ ସଦସ୍ୟ/ ସଦସ୍ୟା ମାନେ ଶପଥ ପାଠ କରିଛନ୍ତି । ଏହା ସହିତ ସମସ୍ତଙ୍କ ସହମତିରେ ବ୍ଲକ ସ୍ତରୀୟ ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ କରାଯାଇଥିଲା। ମାଧବ ଚନ୍ଦ୍ର ମହାରଣା - ସଭାପତି, ରଜନୀ ମହାନ୍ତ - ଉପ ସଭାପତି ଓ ନଟବର ମହାନ୍ତ - ସମ୍ପାଦକ ଭାବରେ ଚୟନ କରାଯାଇଛି। କାର୍ଯ୍ୟକ୍ରମରେ ଆସ୍ପାୟାରର ଅଙ୍ଗନୱାଡି ସଂଯୋଜିକା ବାସନ୍ତୀ ମହାନ୍ତ ଙ୍କ ସହ ସମସ୍ତ କ୍ଲଷ୍ଟର୍ ସଂଯୋଜକ ଏବଂ ପଂଚାୟତ ସଂଯୋଜକ ଉପସ୍ଥିତ ରହି ସଭାକାର୍ଯ୍ୟ ରେ ସହଯୋଗ କରିଥିଲେ ।

0 Comments