ପୁରୀ: ଜନ୍ମବେଦୀରେ ଦାରୁବ୍ରହ୍ମ । ଆଡପ ମଣ୍ଡପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ ପାଇବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ସେପଟେ ଆଜି(ବୁଧବାର)ଠୁ ଭକ୍ତମାନଙ୍କୁ ମିଳିଛି ଆଡ଼ପ ଅବଢ଼ା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବାରୁ ଲକ୍ଷାଧିକ ଭକ୍ତ ଉତ୍କଣ୍ଠାର ସହ ଚାହିଁ ରହିଥିଲେ । ଭକ୍ତମାନେ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେବେ ଆଜି ପ୍ରଥମ ଦିବସରେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପାଇଁ ବାହାରିଛି ଆଡ଼ପ ଅବଢ଼ା ।

ily: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରୁଥିବାବେଳେ ଯେଉଁ ଅବଢ଼ା ବାହାରିଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ଏହାକୁ ପାଇବାକୁ ଭକ୍ତଙ୍କ ବେଶ ଆଗ୍ରହ ଦେଖିବାକୁ ମିଳିଥାଏ । ନିଜ ପିତୃ ପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଏହି ଆଡ଼ପ ଅବଢ଼ା ବ୍ରାହ୍ମଣ ଭୋଜନ ଦିଆଯାଏ । ତେବେ ଏହି ଆଡ଼ପ ଅବଢ଼ା ପାଇ ଭକ୍ତମାନେ ବେଶ ଖୁସି ପ୍ରକଟ କରିଛନ୍ତି । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ସକାଳୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥଲା । ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ପାଇ ଭକ୍ତ ଭାବ ବିହ୍ଵଳିତ ହୋଇଛନ୍ତି । କାରଣ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କୁ ୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ ।

ଶ୍ରୀମନ୍ଦିରର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ 10 ବର୍ଷ ଦର୍ଶନ କରିବା ଯାହା ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ମାତ୍ର ଥରେ ଦର୍ଶନ କଲେ ସୁଫଳ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଆଜି(ବୁଧବାର) ଅପରାହ୍ନରେ ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ଅବଢ଼ା ମହାପ୍ରସାଦ ବାହାରିବାକୁ ନେଇ ଭକ୍ତମାନେ ଉତ୍କଣ୍ଠା ସହ ଅପେକ୍ଷାରେ ଥିଲେ । ଗତକାଲି ସନ୍ଧ୍ୟା ୭ଟା ପରେ ରଥାରୂଢ ଦାରୁବ୍ରହ୍ମଙ୍କୁ ଗୋଟି ପହଣ୍ଡିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ବିଜେ କରାଇଛନ୍ତି ସେବାୟତ । ରଥାରୂଢ ଶ୍ରୀଜିଉ ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଅନ୍ୟପଟେ ବନକଲାଗି ନୀତି ଯୋଗୁ ଆଜି ସନ୍ଧ୍ୟାରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ଥିବା ଜଣାପଡିଛି ।

ଚଳିତ ବର୍ଷ ୨ ଦିନ ରଥଯାତ୍ରା ପଡିଥିବା ବେଳେ ୩ ଦିନ ରଥ ଉପରେ ରହିଥିଲେ ତିନିଠାକୁର । ରବିବାର ରଥଟଣା ଆରମ୍ଭ ହୋଇଥିବା ବେଳେ କିଛି ବାଟ ଯିବା ପରେ ସୂର୍ଯ୍ୟାସ୍ତ ହେବାରୁ ଅଧାରୁ ରଥଟଣା ବନ୍ଦ ରହିଥିଲା । ଏହାପରେ ସୋମବାର ଦିନ ପୂର୍ବାହ୍ନରେ ତିନି ରଥ ଶରଧାବାଲିରେ ଲାଗିଥିଲା । ସୋମବାର ପୂର୍ବାହ୍ନରୁ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଶରଧାବାଲିରେ ରଥାରୂଢ ଭଗବାନଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା। କାଳିଆ ସାଆନ୍ତେଙ୍କୁ ପାଖରେ ପାଇ ଭାବବିହ୍ୱଳ ହୋଇପଡିଥିଲେ ଭକ୍ତ । ଭଜନ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ଗଗନପବନ । ଦାରୁଦିଅଁଙ୍କୁ ଦୀପ ଦାନ କରି ନିଜର ସୁଖ ଦୁଃଖ ଜଣାଇଥିଲା ଭକ୍ତ ।

0 Comments