ଭୁବନେଶ୍ୱର: ୩ ବର୍ଷ ଅର୍ଥାତ୍ ୨୦୨୦,୨୧ ଓ ୨୨ ପାଇଁ ଶ୍ରେଷ୍ଠ କଳକାରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୩୩ଟି ବର୍ଗରେ ପୁରସ୍କାର ଦିଆଯାଇଛି । 2020 ବର୍ଷ ପାଇଁ ‘ଜୀବନ ବ୍ୟାପୀ ସାଧନା ସମ୍ମାନ’ ତଥା 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ' ପୁରସ୍କାର ପୁରସ୍କାର ପାଇଛନ୍ତି ବିଶିଷ୍ଟ ଲେଖକ ତଥା ନିର୍ଦ୍ଦେଶକ, ନାଟ୍ୟକାର ଅନନ୍ତ ମହାପାତ୍ର । ସେହିପରି ୨୦୨୧ ବର୍ଷ ପାଇଁ ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ଏବଂ 2022 ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ 'ଜୀବନବ୍ୟାପି ସାଧନା ପୁରସ୍କାର' ତଥା 'ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର' ଦିଆଯାଇଛି ।

ନଭେମ୍ବର 17 ଅର୍ଥାତ୍ ଆଜି ଭୁବନେଶ୍ୱର ସ୍ଥିତ ଆୟୋଜିତ ହୋଇଥିବା 'ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର' ସମାରୋହରେ ଓଡ଼ିଆ ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭ

ାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ତେବେ ୩୩ଟି ବର୍ଗରେ 99 ଟି ଆୱାର୍ଡରୁ ମୋଟ 86ଟି ଆୱାର୍ଡ ପ୍ରଦାନ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ସବସିଡି ଦେବାକୁ ଏହି ଅବସରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି ।

ସେହିପରି 2020 ବର୍ଷର ଡଃ. ବିଶ୍ବନାଥ ପଟ୍ଟନାୟକଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ 'ସହିଦ ରଘୁ ସର୍ଦ୍ଦାର'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଥିବା ବେଳେ 2021 ବର୍ଷ ପାଇଁ ଅନୁପମ ପଟ୍ଟନାୟକଙ୍କ ଫିଲ୍ମ 'ପ୍ରତୀକ୍ଷା' ଓ ଅତୀଶ କୁମାର ରାଉତଙ୍କ ଫିଲ୍ମ 'ଡାଲଚିନି'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି 2022 ବର୍ଷ ପାଇଁ ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ତଥା ଅଭିନେତା ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ 'ଦମନ'କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କୃତ କରାଯାଇଛି ।


0 Comments