ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି ମହାମଣ୍ଡଳେଶ୍ୱର ହୋଇଛନ୍ତି। ଗ୍ଲାମର ଓ ଫିଲ୍ମର ମାର୍ଗକୁ ସେ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି । ମମତା କୁଲକର୍ଣ୍ଣି ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ଆୟୋଜିତ ମହାକୁମ୍ଭରେ ସ୍ନାନ କରି ନୂଆ ଜୀବନରେ ପ୍ରବେଶ କରିଥିଲେ। ମମତାଙ୍କୁ ଏବେ ମହାମଣ୍ଡଳେଶ୍ୱର ଶ୍ରୀ ୟାମି ମମତାନନ୍ଦ ଗିରି କୁହାଯିବ।
nt-family: "Noto Sans Oriya", Helvetica, Arial, sans-serif; font-size: 18px;">ମମତା ବଲିଉଡର ଅନେକ ଫିଲ୍ମରେ କାମ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ସେ ଫିଲ୍ମଠାରୁ ଦୂରରେ ରହି ଧ୍ୟାନ କରୁଥିଲେ । ଏବେ ସେ ଜଣେ ସାଧୁ ପାଲଟିଯାଇଛନ୍ତି। କିନ୍ନର ଆଖଡ଼ାରୁ ସେ ଦୀକ୍ଷା ଗ୍ରହଣ କରି ଆଧ୍ୟାତ୍ମିକ ମାର୍ଗ ଆପଣାଇଛନ୍ତି। ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ୨୦୨୫ ରେ ମମତା କିନ୍ନର ଆଖଡ଼ାରେ ସନ୍ୟାସଜୀବନ ଆରମ୍ଭ କରିଛନ୍ତି। ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧିରେ ସମ୍ମାନିତ କରାଯାଇଛି। ସେ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନିଜର ପୁରାତନ ଜୀବନ ଓ ନାମ ପରିତ୍ୟାଗ କରି ନୂଆ ନାମ ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରିଥିଲେ ।