ଭୁବନେଶ୍ୱର: ରଜ ଅବସରରେ (ଜୁନ 12)ରେ ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ଅନନ୍ତା' । ଏହି ଫିଲ୍ମରେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଦେଖିବାକୁ ମିଳିଛି । ମୌଳିକ କାହାଣୀ ଏବଂ ଗାଁର ନିଚ୍ଛକ ଛବି ଏଥିରେ ପ୍ରତିଫଳିତ ହୋଇଥିବା ବେଳେ ଛୋଟରୁ ବଡ଼ ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି । ଥିଏଟରରେ ଫିଲ୍ମ ଦେଖିବାକୁ ବେଶ ଭିଡ଼ ଜମୁଛି ଏବଂ ଶୋ' ମଧ୍ୟ ହାଉସଫୁଲ ରହିଛି । ଏପରିକି କୁନି ପିଲାମାନଙ୍କ ମଧ୍ୟ 'ଅନନ୍ତା' ଫିଭର ଦେଖିବାକୁ ମିଳିଛ

। ସେପଟେ ଥିଏଟରରେ ଅନନ୍ତା ଓରଫ ସବ୍ୟସାଚୀଙ୍କୁ ଦେଖି ଭାବିହ୍ୱଳ ହୋଇପଡୁଛନ୍ତି ଦର୍ଶକ ।

ଅନନ୍ତା' କ୍ରେଜ ନେଇ ସବ୍ୟସାଚୀ ମିଶ୍ର କହିଛନ୍ତି, 'ବହୁତ ଖଉସି ଲାଗୁଛି । ପୁଣିଥରେ ସବ୍ୟସାଚୀକୁ ଲୋକେ ଏତେ ମାତ୍ରାରେ ଭଲପାଇବାରେ ପୋତିଦେଉଛନ୍ତି । ଦିନ ଥିଲା ହଲ୍ରେ ଭିଡ଼ ଜମୁନଥିଲା । ବର୍ତ୍ତମାନ ଫିଲ୍ମକୁ ଭଲପାଇବା ଦେଇଥିବା ଦେଖି ଓଡ଼ିଆ ଇଣ୍ଡଷ୍ଟ୍ରିରେ ପୁଣି ୟୁଟର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ବହୁତ ଖୁସି ଲାଗୁଛି । ଏହା କଳାକାର, ନିର୍ଦ୍ଦେଶକଙ୍କ ପାଇଁ ପୁଣିଥରେ ମୁଣ୍ଡ ଟେକିବେ ଏବଂ ଭଲ ଫିଲ୍ମ କରିବାକୁ ମନବୋଳାଇବାର ସୁଯୋଗ ପାଇବେ ବୋଲି ଆଶା ଅଛି।

ସେ ଏହା ମଧ୍ୟ କହିଛନ୍ତି, 'ବ୍ୟାସକବିଙ୍କ ମୌଳିକ କାହଣୀଟି ଲୋକଙ୍କୁ ହଲକୁ ଟାଣୁଛି ଏବଂ କାହାଣୀ ଅଦ୍ଭୁତ ଆତ୍ମୀୟତା ଅଛି । ମାଆ-ପୁଅର କାହାଣୀ ଏଥିରେ ଅଛି । ଅନେକ ଦର୍ଶକ ଯେଉଁମାନେ ବୟସ୍କ ସେମାନେ ମୋତେ ଦେଖି ଭାବୁକ ହୋଇଯାଆନ୍ତି ଏବଂ କୁଣ୍ଡାଇ କାନ୍ଦି ପକାନ୍ତି ଆଉ ବୋଉ ଲୋ.. ଡାକିବାକୁ କୁହନ୍ତି । ଲୋକଙ୍କ ବାବ ସହ ଫିଲ୍ମ ଏକ ଯେଉଁ ପରିଚୟ ଦେଇଛି ତାହା ମୋ ପାଇଁ ବହୁତ ।'

ଅନନ୍ତା' କଲେକ୍ସନ ନେଇ ସବ୍ୟସାଚୀ କହିଛନ୍ତି, 'ଫିଲ୍ମ ହାଉସଫୁଲ ଶୋ'ରେ ଚାଲିଛି । ମୋ ପାଖରେ ଥିବା ଆକଳନ ଅନୁଯାୟୀ, ଫିଲ୍ମ 4ଦିନ ମଧ୍ୟରେ 1 କୋଟିରୁ ଅଧିକ ଆୟଟ କରିସାରିଲାଣି । 100 କୋଟି କିମ୍ୱା 200 କୋଟି କମାଇବା କିଛି ବଡ଼ କଥା ନୁହେଁ କିନ୍ତୁ ଏକ ନିଚ୍ଛକ ଓ ମୌଳିକ କାହାଣୀ ଦର୍ଶକଙ୍କ ଭଲପାଇବା ପାଉଛି ଏବଂ ହଲକୁ ଟାଣୁଚି । ତାହା ସବୁଠୁ ବଡ଼ ସଫଳତା ।'

ଏନେଇ ସବ୍ୟସାଚୀ କହିଛନ୍ତି, ଫିଲ୍ମର ଟାଇଟଲ୍ 'ରାଣ୍ଡୀ ପୁଅ ଅନନ୍ତା' ହୋଇଥିଲେ ବେଶ ଖୁସି ଲାଗନ୍ତା । ଆମ ହାତରେ କିଛି ନଥିଲା । ଆମେ ବାଧ୍ୟ ହେଲୁ ଏହାକୁ ପରିବର୍ତ୍ତନ କରିବା ପାଇଁ ଏବଂ ଫିଲ୍ମ ରିଲିଜ କରିବାର ଥିଲା ଓ ଦର୍ଶକଙ୍କ ନିକଟକୁ ପହଞ୍ଚାଇବାର ଥିଲା । ଏଣୁ ଆମେ ପରିବର୍ତ୍ତନ କଲୁ । ମୋର ଆଶା ଓ ବିଶ୍ୱାସ ଆମେ ଫିଲ୍ମକୁ ଜଷ୍ଟିସ ଦେଇଛୁ ।''

0 Comments