to_Sans_Fallback_fba9a0; font-size: 17px;">'ପୁଷ୍ପା 2' ଚଳଚ୍ଚିତ୍ର ସ୍କ୍ରିନିଂ ବେଳେ ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲା । ସମନ ପରେ ଚିକ୍କାଡପଲ୍ଲୀ ଥାନାରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଦଳାଚକାଟା ମାମଲା ନେଇ ଅଲ୍ଲୁଙ୍କୁ ପଚରାଉଚରା କରିବ ପୋଲିସ । ଗତକାଲି (ସୋମବାର) ପଚରାଉଚରା କରିଥିଲା ତେଲେଙ୍ଗାନା ପୋଲିସ । ସେପଟେ ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସେପଟେ ଗତ ରବିବାର ଜୁବଲି ହିଲ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ କିଛି ବିକ୍ଷୋଭକାରୀ ନାରାବାଜୀ କରିବା ସହ ଅଣ୍ଡା ଓ ଟମାଟ ମାଡ କରିଥିଲେ । ଏହା ତାଙ୍କ ବିରୋଧରେ ରାଜନେତାଙ୍କ ଚକ୍ରାନ୍ତ ବୋଲି ସାମ୍ବାଦିନ ସମ୍ମିଳନୀ କରି କହିଥିଲେ ଅଲ୍ଲୁ ଅର୍ଜୁନ ।
ସୂଚନା ଅନୁସାରେ, ଗତ 4 ତାରିଖରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା-2:ଦ ରୁଲ'ର ପ୍ରିମିୟମ ସୋ' ଦେଖିବାକୁ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମିଥିଲା । ଅଧିକ ଭିଡ଼ ଭିତରେ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର 8 ବର୍ଷୀୟ ଶିଶୁ ଗୁରୁତର ହୋଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ । ଗୋଟିଏ ଦିନ ଜେଲରେ ରହିବା ପରେ ହାଇକୋର୍ଟରୁ 30 ଦିନର ଜାମିନ ପାଇ ଥାନାରୁ ମୁକୁଳିଥିଲେ । ଗତକାଲି (ସୋମବାର) ଅଲ୍ଲୁ ଅର୍ଜନଙ୍କୁ ସମନ କରିଥିଲା ପୋଲିସ । ଆଜି ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଥାନାରେ ପହଞ୍ଚିଛନ୍ତି ଅଲ୍ଲୁ ।