ପୁରୀ: ଚଳିତ ବର୍ଷ ପଣା ସଂକ୍ରାନ୍ତି ପାଳନ ନେଇ ଉଠିଥିବା ବାଦ ବିବାଦ ଏବଂ ଦ୍ବନ୍ଦ୍ବର ସମାଧାନ ହୋଇଛି । ଆସନ୍ତା ଏପ୍ରିଲ 14 ତାରିଖରେ ପାଳନ ହେବ ପଣା ସଂକ୍ରାନ୍ତି । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ 13 ଓ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ଉଠିଥିଲା ଦ୍ବନ୍ଦ୍ବ । ତେବେ ଶ୍ରୀମନ୍ଦିର ପରମ୍ପରା ଏବଂ ଗଣନା ଅନୁଯାୟୀ ଏପ୍ରିଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବା ନେଇ ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଛି ।

ପଣା ସଂକ୍ରାନ୍ତି ନେଇ ଉଠିଥିବା ଦ୍ବନ୍ଦ୍ବର ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ ହୋଇଥିଲା । ଯେଉଁଥିରେ ଓଡିଶାର ବିଭିନ୍ନ ପଞ୍ଜିକାର, ଗଣନାକାରୀଙ୍କ ସହିତ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ, ପୂଜାପଣ୍ଡା ନିଯୋଗ, ବରିଷ୍ଠ ସେବାୟତ, ପରିଚାଳନା କ

ମିଟି ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଆସନ୍ତା 13 ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ସିଦ୍ଧାନ୍ତ ଦର୍ପଣକୁ ଅନୁସରଣ କରୁଥିବା ଗଣନାକାରୀ ଯୁକ୍ତି ବାଢ଼ିଥିଲେ । ତେବେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଦସ୍ୟ, ରାଧାରମଣ, କୋହିନୂର ପଞ୍ଜିକା ଗଣନାକାରୀଙ୍କ ସମେତ ଅନେକ ବିଶିଷ୍ଟ ଗଣନାକାରୀ ଏହାକୁ ଗ୍ରହଣ କରିନଥିଲେ । ଶେଷରେ ଶ୍ରୀମନ୍ଦିର ପରମ୍ପରା ଏବଂ ଗଣନା ଅନୁଯାୟୀ ଅପ୍ରେଲ 14 ତାରିଖରେ ପଣା ସଂକ୍ରାନ୍ତି ପାଳନ ହେବା ନେଇ ସର୍ବସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ସେପଟେ ଚଳିତ ବର୍ଷ ମହାପ୍ରଭୁଙ୍କ ଅନବସର ନୀତି 15 ଦିନ ପରିବର୍ତ୍ତେ 13 ଦିନ ଅନୁଷ୍ଠିତ ହେବ । କ୍ଷୟ ତିଥି ପଡ଼ୁଥିବାରୁ ଚଳିତ ବର୍ଷ ଅନବସର ନୀତି 13 ଦିନ ପାଳନ ହେବ । ଶ୍ରୀଗୁଣ୍ଡିଚା ଦିନ ଉଭା ଏବଂ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ । ସେହିପରି ଚଳିତ ବର୍ଷ କ୍ଷୟ ତିଥି ପଡ଼ୁଥିବାରୁ ପଞ୍ଚୁକ 5 ଦିନ ପରିବର୍ତ୍ତେ 4 ଦିନ ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ସେହିପରି ଆସନ୍ତା 2025 ଫେବୃଆରୀ 2 ତାରିଖରେ ସରସ୍ବତୀ ପୂଜା ପାଳନ ହେବ ।

0 Comments