ଭାରତରେ ମଙ୍କିପକ୍ସ ପ୍ରବେଶ କରିଥିବାର ଆଶଙ୍କା ପ୍ରକାଶ ପାଇଛି । ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ହେବାର ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି । ତାଙ୍କ ଶରୀରରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଛି । ହେଲେ ସେ ସଂକ୍ରମିତ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି । ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ସନ୍ଦିଗ୍ଧ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି ।

PIB ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ, ଆକ୍ରାନ୍ତ ଜଣକ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଛନ୍ତି । ତାଙ୍କଠାରେ ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ତାଙ୍କ ରକ୍ତ ନମୂନା ରିପୋର୍ଟ ଆସିବା ପରେ ସଂକ୍ରମଣ ସମ୍ପର୍କରେ ସ୍ପଷ୍ଟ ହେବ । ସେ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ମଧ୍ୟ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ

୍ତିତ ହେବାର କୌଣସି କାରଣ ନାହିଁ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିକଟରେ ଏସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହେବା ପରେ ପ୍ରାୟ 2-4 ସପ୍ତାହ ପର୍ଯ୍ୟନ୍ତ ଏଥିରେ ପୀଡିତ ରହିଥାନ୍ତି । ଏହାର ସଠିକ ଚିହ୍ନଟ ଓ ଚିକିତ୍ସା ଫଳରେ ଆରୋଗ୍ୟ ସମ୍ଭବ । ରୋଗୀ ବା ଆକ୍ରାନ୍ତଙ୍କ ସହ ସିଧା ସମ୍ପର୍କରେ ଆସୁଥିବା କୌଣସି ସୁସ୍ଥ ବ୍ୟକ୍ତି ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ରୋଗୀର ରକ୍ତ, ମଳ-ମୁତ୍ର, ଲାଳ ଓ ଶରୀରରୁ ବାହୁରଥିବା କୌଣସି ସ୍ରାବରେ ଏହି ଭୂତାଣୁ ଥାଆନ୍ତି । ତେଣୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ଓ ସେ ମିଶିଥିବା ବ୍ୟକ୍ତଙ୍କର କଣ୍ଟାଟ-ଟ୍ରେସିଂ କରାଯିବା ମଧ୍ୟ ଜରୁରୀ ।

ବର୍ଷ 2022 ରେ ଏହି ଭୂତାଣୁ ବିଶ୍ବବ୍ୟାପୀ ଚିନ୍ତା ସୃଷ୍ଟି କରିଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, 166ଟି ଦେଶକୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସେତେବେଳେ ଏହାକୁ ବିଶ୍ବ ଏମରଜେନ୍ସି ଘୋଷଣା କରାଯାଇଥିଲା । 99,176 ସଂକ୍ରମିତ ମାମଲା ସହ 208 ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଏହି ଭୂତାଣୁ ସଂକ୍ରମଣ ମାମଲା ବିଭିନ୍ନ ଦେଶକୁ ବ୍ୟାପୀବାରେ ଲାଗିଛି ।

0 Comments