ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ନାଟକ ପରିବେଷଣ ଆସନ୍ତା ଜାନୁଆରୀ ୧୭ ତାରିଖରେ ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମରେ ମଞ୍ଚସ୍ଥ ହେବ। କେନ୍ଦୁଝରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟରର କଳାକାର ମାନେ ନାଟକ କୈବର୍ତ୍ତ ରଘୁନାଥ ପରିବେଷଣ କରିବେ। ଏହି ନାଟକକୁ ତୁଷାର ସାମନ୍ତ ନିର୍ଦେଶନା ଦେଉଥିବା ବେଳେ ଶ୍ୟାମ ପଣ୍ଡା ସଙ୍ଗୀତ ନ

ର୍ଦ୍ଦେଶନା ଦେଉଛନ୍ତି। ବିଭିନ୍ନ ଅଭିନୟରେ ରବୀନ୍ଦ୍ର ସେଠୀ, ଭାସ୍କର ମିଶ୍ର, ଅଶୋକ ମହାରଣା, ଲିପି ମିଶ୍ର, ଲୁଲୁ ବେଜ୍, ଗଜେନ୍ଦ୍ର ମିଶ୍ର, ମନୋଜ ବେହେରା, ସୁଶାନ୍ତ ଜେନା, ଦେବ ଦର୍ଶନ ଦାସ, ପବିଷ୍ଣା ମିଶ୍ର ଆଦି କଳାକାର ଭାବେ ଅଭିନୟ କରୁଥିବା ସାଧାରଣ ସମ୍ପାଦକ ମଳୟ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦୁଝର ଜିଲ୍ଲାର ସମସ୍ତ ନାଟ୍ୟ ପ୍ରେମୀ ମାନେ ଏହି ନାଟକକୁ ଉପଭୋଗ କରିବା ପାଇଁ ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର ସେଠୀ ଅନୁରୋଧ କରିଛନ୍ତି।

0 Comments