ଲାହୋର: ଫାଇନାଲରେ ନ୍ୟୁଜିଲାଣ୍ଡର ଏଣ୍ଟ୍ରି । ଆଇସିସି

g-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;"> ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୫୦ରନରେ ବିଜୟ ହାସଲ କରିଛି ବ୍ଲାକ କ୍ୟାପ୍ସ । ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍ । ଏଥିସହ ମାର୍ଚ୍ଚ ୯ରେ ୨ ଲଢୁଆ ଟିମ୍ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି ।

ପାକିସ୍ତାନର ଲାହୋର ସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ଆଜି(ବୁଧବାର) ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ୍ ।ପ୍ରଥମେ ବ୍ୟାଟିଂ କରି 50 ଓଭରରେ 6 ୱିକେଟ୍ ହରାଇ 362 ରନର ଏକ ବିଶାଳ ସ୍କୋର କରିଥିଲା ଟିମ୍ । ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ଓ କେନ ଓ୍ବିଲିୟମସନ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ୩୬୩ ବିଶାଳ ରନକୁ ଲକ୍ଷ୍ୟ କରି ଦକ୍ଷିଣ ଆଫ୍ରିକା ଟିମ ୯ ଓ୍ବିକେଟ ହରାଇ ୩୧୨ ରନରେ ଅଟକି ଯାଇଥିଲା । ତେବେ ସାଉଥ ଆଫ୍ରିକାରୁ ଡେଭିଡ ମିଲର ଶତକ ହାସଲ କରିଥିବା କରିଥିବା ବେଳେ ରାସି ଡସେନ ୬୯ ରନ କରିଛନ୍ତି ।

ଅନ୍ୟପଟେ ମାର୍ଚ୍ଚ ୯ରେ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲା ହେବାକୁ ଯାଉଛି । ପ୍ରଥମ ଟିମ ଭାବେ ଭାରତ ଫାଇନାଲରେ ପ୍ରବେଶ କରିିଥିବା ବେଳେ ନ୍ୟୁଜିଲାଣ୍ଡ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଏଣ୍ଟ୍ରି କରିଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ- ନ୍ୟୁଜିଲାଣ୍ଡ ମୁହାମୁହିଁ ହେବେ ।

0 Comments