କେନ୍ଦୁଝର - କେନ୍ଦୁଝରରେ ଉଦଘାଟିତ ହୋଇଛି ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ ମ୍ୟାଚ୍ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ କୁ ତେଲକୋଇ ବିଧାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ନାନିତ ଅତିଥି ରୂପେ ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସିନ୍ ର Executive Director ଆନ

ନ୍ଦେଶ୍ଵର ପାଣ୍ଡେ ଯୋଗଦେଇଥିଲେ । ଏଥିରେ ୨୬ଟି ରାଜ୍ୟର ୫ଶହ ଖେଳାଳୀ ଯୋଗ ଦେଉଥିବା ବେଳେ, ଚମ୍ପିଆନସିପ୍ ରେ ସମୁଦାୟ ୪୦ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଆସନ୍ତା ୧୦ ତାରିଖରେ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍  ମ୍ୟାଚ୍ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୨ତାରିଖରେ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ ର ଉଦଯାପନୀ ମ୍ୟାଚ୍ ଅନୁଷ୍ଠିତ ହେବ । 

0 Comments