ବର୍ମିଂହାମ: ଶୁଭମନ ଗିଲ୍ ଚଳିତ ତେନ୍ଦୁଲକର-ଏଣ୍ଡରସନ୍ ଟ୍ରଫିରେ ଅପ୍ରତିରୋଧୀ ଅଛନ୍ତି ଏବଂ ସେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ଭାରତୀୟ ଅଧିନାୟକ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ତାଙ୍କର ସ୍କୋରିଂ ଗତି ଜାରି ରଖିଛନ୍ତି, ଟେଷ୍ଟ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ଅଧିନାୟକତ୍ୱର ଚାପ ତାଙ୍କୁ ଦୁର୍ବଳ କରିଦେଇଛି ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଗିଲ୍ ଦେଖାଇ ଦେଇଛନ୍ତି ଯେ, ସେ ସେହି ଚରିତ୍ରମାନଙ୍କ ମଧ୍ୟରୁ ଜ

େ ଯିଏ ନିର୍ଣ୍ଣାୟକ ମୁହୂର୍ତ୍ତରେ ଦୃଢ଼ତାର ସହ ମୁକାବିଲା କରିବେ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ 269 ଓ ଦ୍ୱିତୀୟ ଇନିଂସରେ 161 ରନ୍ ହାସଲ କରି, ଗିଲ୍ ସୁନୀଲ ଗାଭାସ୍କରଙ୍କ 54 ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ଗିଲ୍ ଭାରତୀୟ ଅଧିନାୟକ ଭାବେ ଡେବ୍ୟୁ ଟେଷ୍ଟ ସିରିଜରେ ବିରାଟ କୋହଲିଙ୍କ ସର୍ବାଧିକ ରନ୍ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। କୋହଲି 2014-15 ଅଷ୍ଟ୍ରେଲିଆ ଗସ୍ତରେ 449 ରନ ସଂଗ୍ରହ କରିଥିଲେ ଏବଂ ଗିଲ୍ ତାଙ୍କ ଟେଷ୍ଟ ଅଧିନାୟକତ୍ୱର କେବଳ ଚତୁର୍ଥ ଇନିଂସରେ ଏହି ସଂଖ୍ୟାକୁ ପଛରେ ପକାଇ ଦେଇଛନ୍ତି। ସେ ଗୋଟିଏ ଟେଷ୍ଟରେ 300 ରନ୍ ଉପରେ ସ୍କୋର କରିଥିବା ଭାରତୀୟ ଅଧିନାୟକ ମଧ୍ୟ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା, ଯିଏ 2017ରେ ଶ୍ରୀଲଙ୍କା ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍‌ରେ 243 ଏବଂ 50 ରନ୍ ସଂଗ୍ରହ କରିଥିଲେ।

ଇଂଲଣ୍ଡରେ ଗୋଟିଏ ଟେଷ୍ଟ ସିରିଜରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ରନ୍ ତାଲିକାରେ ଏହି 25 ବର୍ଷୀୟ ଖେଳାଳି ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ବର୍ତ୍ତମାନ ଏଲିଟ୍ ତାଲିକାରେ ସୁନୀଲ ଗାଭାସ୍କର (542), ବିରାଟ କୋହଲି (593) ଏବଂ ରାହୁଲ ଦ୍ରାବିଡ (602)ଙ୍କ ପଛରେ ଅଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗିଲ୍ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ରନ୍ କରିବାର ଗାଭାସ୍କରଙ୍କ 54 ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ଏହି ଅଭିଜ୍ଞ କ୍ରିକେଟର 1971 ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇଟି ଇନିଂସରେ 344 ରନ୍ କରିଥିଲେ। ଇନିଂସର 53ତମ ଓଭରରେ ସୋଏବ ବଶିରଙ୍କ ଏକ ବଲ୍ ରେ ଛକା ମାରି ଗିଲ୍ ତାଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହା ସହିତ ଗିଲ୍ ଗୋଟିଏ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବାରେ କେବଳ ତୃତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି।

0 Comments