(ବ୍ୟୁରୋ)18 ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ବିତ୍ତଶାଳୀ କ୍ରିକେଟ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟ୍ରଫି ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । 20 ରନରେ ଫାଇନାଲ ଫାଇଟରେ ପଞ୍ଜାବ କିଙ୍ଗସ୍ କୁ ପରାସ୍ତ କରିଛି ଆରସିବି । ରଜତ ପାଟିଦାରଙ୍କ ଟିମ୍ 2025 ଆଇପିଏଲ୍ ଫାଇନାଲ ମ୍ୟାଚକୁ ଶ୍ରେୟସ ଆୟରଙ୍କ ଟିମ୍ ହାତରେ ଛଡାଇ ଆଣିଛି । 18 ବର୍ଷର ଦୀର୍ଘ ଅପେକ୍ଷା ପରେ ଆ

ପିଏଲ ଟ୍ରଫି ଟେକିଛନ୍ତି ବିଶ୍ୱର ଶ୍ରେଷ୍ଠ କ୍ରିକେଟର ତଥା ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମିଲିଅନ ମିଲିଅନ ଫ୍ୟାନ୍ସ ଆରସିବିର ବିଜୟ ପରେ ଖୁସିରେ ଝୁମିଛନ୍ତି । ଜୋରଦାର ସେଲିବ୍ରେସନ କରୁଛନ୍ତି ।

ଆଜି ଖେଳାଯାଇଥିବା ଫାଇନାଲ ଫାଇଟରେ ପ୍ରଥମେ ବ୍ୟାଟିଂ କରି 190 ରନ ସ୍କୋର କରିଥିଲା ଆରସିବି । 191 ରନ ବିଜୟ ଲକ୍ଷ୍ୟ ପିଛା କରି 184 ରନ ସ୍କୋର କଲା ପଞ୍ଜାବ ।

0 Comments